କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ । ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଜଣେ ପୂର୍ବତନ ସରପଞ୍ଚଙ୍କୁ ଘରୁ ବାହାରକୁ ଡାକି ନେଇ  ବାରିଆଡେ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି । ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତ ସାଉଲ୍ ପଡ଼ା ନିଜ ଘର ଠାରେ ସୁବଳ କହଁର ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ଦୁଇଶହ ମିଟର ଦୂରରେ ପାଖାପାଖି ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି । ସୁବଳ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି । ଆଗରୁ ସେ ମାଓବାଦୀ ଟାର୍ଗେଟରେ କୁଆଡେ ଥିଲେ । କେଉଁ କାରଣରୁ ସୁବଳଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସେହି ଗ୍ରାମ ଜନଶୂନ୍ୟ ହୋଇଥିବା ବେଳେ ମାଓବାଦୀଙ୍କ ଟାର୍ଗେଟ ରେ ଥିବା ଜାଣି ସେ ଗାଁ ଛାଡ଼ି ବାଲିଗୁଡା ଅଞ୍ଚଳରେ ରହୁଥିଲେ । ତେବେ ଗ୍ରାମ ନିକଟରେ ସିଆରପି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁବଳ ଏଇ ତିନି ମାସ ହେଲା ଗ୍ରାମକୁ ଆସି ନିଜ ଘରେ ରହୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.