ଜିତିଲେ ଚାକିରୀ ଦେବ ବିଜେପି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତେଲେଙ୍ଗାନରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବ୍ୟବହାର କରିବ ୨୦୧୪ର ଫର୍ମୁଲା। ନିଯୁକ୍ତିର କଥା କହି ୨୦୧୪ ରେ ବିଜେପି ଦେଶରେ ଶାସନକୁ ଆସିଥିବା ବେଳେ ତେଲେଙ୍ଗାନାରେ ବିଜେପି ଏଥର ପ୍ରଚାରରେ ଚାକିରୀକୁ ପ୍ରମୁଖ ଅସ୍ତ୍ର କରିବ। ରାଜ୍ୟରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାର କହିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଞ୍ଜୟ ଏ କଥା ଉଠାଇବା ସହ ଘରକୁ ଘର ଯାଇ ନିଯୁକ୍ତି ପ୍ରତିଶ୍ରୁତି କୁ ପହଞ୍ଚାଇବାକୁ କୁହାଯାଇଛି। ଯଦି ବିଜେପି ତେଲେଙ୍ଗାନାରେ କ୍ଷମତାକୁ ଆସେ ତାହେଲେ ପ୍ରତି ବର୍ଷ ଦୁଇ ଲକ୍ଷ ସରକାରୀ ନିଯୁକ୍ତି ଦେବ ବୋଲି କୁହାଯାଇଛି। ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ମହା ଜନସମ୍ପର୍କ ଯାତ୍ରାରେ ମୋଦୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରିବ ଦଳ। ତେଲେଙ୍ଗାନା ରେ ମୋଦି ସରକାର ୧୬ ହଜାର କୋଟି ଟଙ୍କା ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିଥିବା ବେଳେ ରେଳପ୍ରକଳ୍ପରେ ୩୫ ହଜାର କୋଟି ଜାତୀୟ ରାଜପଥ ନିର୍ମାଣ ରେ ଦେଢ଼ ଲକ୍ଷ କୋଟି ଖର୍ଚ୍ଚ କରିଥିବା ବିଜେପି ସଭାପତି କହିବା ସହ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି।ଏପରିକି ବିଆରଏସ ସହ କେବଳ ବିଜେପି ଲଢେଇ ଦେଇପାରିବ ବୋଲି ଦଳ ଆଶା ରଖିଛି। କିନ୍ତୁ କଂଗ୍ରେସ ମଧ୍ୟ କର୍ଣ୍ଣାଟକ ବିଜୟ ପରେ ଏହି ଦକ୍ଷିଣୀ ରାଜ୍ୟରେ କ୍ଷମତାକୁ ଆସିବାକୁ ଯୋଜନା କରିଛି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତେଲେଙ୍ଗାନାରେ ଜୋରଦାର ପ୍ରଚାର କରିଛନ୍ତି। ଏପରିକି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଧ୍ୟ ସେଠାରେ ଭଲ ପ୍ରଭାବ ପକାଇଥିବା କୁହାଯାଉଛି। ତେଣୁ ବିଜେପିର ଏହି ପ୍ରୟାସକୁ ଲୋକେ କେତେ ଗ୍ରହଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.