ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବଙ୍କ ହାତ ଧରିବେ ମାଁ ପାର୍ବତୀ। ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ କଳାହାଣ୍ଡି ସହର। ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ଠାରେ ଥିବା ବାବା ସପ୍ନେଶ୍ଵର ବିବାହୋତ୍ସବ କମିଟି ତରଫରୁ ନବମବାର୍ଷିକ ଶିବ ବିବାହୋତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ଆଜି ଅନୁଷ୍ଟିତ ହେଇଯାଇଛି l ଆଜି ଏକ ମାହେନ୍ଦ୍ର ବେଳାରେ ବାବା ସପ୍ନେଶ୍ବର ମହାଦେବ ମନ୍ଦିର ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ପୁଣି ସ୍ୱପ୍ନେଶ୍ଵର ମନ୍ଦିର ରେ ଶେଷ କାରାଯାଇଛି । ଏକ ବିରାଟ ପଟୁଆର ରେ ଶହ ଶହ ନରନାରୀ ମାନଙ୍କ ଗହଣରେ ମହାଦେବ ଶିବ ଓ ମାତା ପାର୍ବତୀଙ୍କୁ ମନ୍ଦିରକୁ ଅଣାଯାଇଥିଲା । ହରିବୋଲ ହୁଳହୁଳୀ,କରତାଳି,ଘଣ୍ଟ ଘଣ୍ଟା ର ତାଳେତାଳେ ସମସ୍ତେ ମଜ୍ଜି ଯାଇଥିଲେ । ତେବେ ବରର ମାତା ପିତା ଭାବେ ଚନ୍ଦ୍ର ଶେଖର ମହାପାତ୍ର ଓ ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ମହାପାତ୍ର ଦାଇତ୍ୱ ତୁଲାଇଥିଲେ । ସେହିପରି କନ୍ୟାର ମାତା ପିତା ଭାବେ ମନୋଜ ନାୟକ ଓ ତାଙ୍କ ପତ୍ନୀ କବିତା ନାୟକ ଦାଇତ୍ୱ ତୁଲାଇଥିଲେ । ବର କନ୍ୟାର ଯେମିତି ବୈଦିକରିତିରେ ବିଭାଘର ହୋଇଥାଏ ଠିକ୍ ସେହିଭଳି ଶିବ ବିବାହୋତ୍ସବ ଅନୁଷ୍ଟିତ ହୋଇଥିଲା । ବର ପକ୍ଷ ଓ କନ୍ୟା ପକ୍ଷର ଲୋକମାନେ ନିମନ୍ତ୍ରିତ ହୋଇ ଯୋଗଦାନ କରିଥିଲେ । ପୂଜକ ଲିଙ୍ଗରାଜ ରଥ, ନିରଞ୍ଜନ ପାଢ଼ୀ,ବିବେକ ରଥଙ୍କ ମନ୍ତ୍ର ଉଚ୍ଚାରଣ ହୋମୋ,ନିଆଁ, ରେ ବାହାଘର ହୋଇଥିଲା । ନିମନ୍ତ୍ରିତ ଲୋକ ମାନଙ୍କ ପାଇଁ ଭୋଜନ ବ୍ୟବସ୍ତା ହୋଇଥିଲା । ବର ବାବା ସପ୍ନେଶ୍ଵର ମନ୍ଦିରରୁ ବାହାରି କନ୍ୟା ଘର ପର୍ଯ୍ୟନ୍ତ ଆସିଥିଲେ । ଏହି କାର୍ଯ୍ୟକ୍ରମ ଦେଖିବାକୁ ଶହଶହ ନରନାରୀ ଯୋଗ ଦେଇଥିଲେ। ଏଥିରେ ପୋଲିସ ପକ୍ଷରୁ ଗୋକୁଳ ସାହୁ, ବିଶ୍ଵନାଥ ମହଲା ଶାନ୍ତି ସୃଖଳା ପାଇଁ ଉପସ୍ଥିତ ଥିବା ବେଳେ ବସନ୍ତ ରାଉତ, ସରୋଜ ପ୍ରଧାନ, ସୁବ୍ରତ ଗଉଡ଼, ଉପେନ୍ଦ୍ର ଦାସ, କାଶିନାଥ ପୋଡ଼,ନାଗୁ ଗହିର ଏବଂ ସମସ୍ତ ସଦସ୍ୟ ବିଶେଷ ସହଯୋଗ କରିଥିଲେ। ସେହିପରି ସିକେରକୁପା ଧବଳେଶ୍ଵର ମନ୍ଦିର ଠାରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି।