ହୃଦୟହୀନ ଠିକାସଂସ୍ଥା: ଦିନ ୧୨ଟା ସମୟର ୪୦°+ ଖରାରେ ଖଟୁଛନ୍ତି ଶ୍ରମିକ !

ସରକାରୀ ନିୟମର ଖୋଳା ଉଲଂଘନ, କାର୍ଯ୍ୟାନୁଷ୍ଠାନ ଦାବି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସରକାରଙ୍କ ନିୟମ ଗୋଟିଏ ପଟେ, ଅନ୍ୟପଟେ ଠିକା ସଂସ୍ଥାର ରାଜ୍ । ମୁଣ୍ଡ ଉପରେ ଅଗ୍ନିବର୍ଷି ଖରା ହେଉଥିବାବେଳେ ସରକାରୀ ନିୟମ କାନୁନକୁ ଫୁ’ କରି ଶ୍ରମିକଙ୍କୁ ଖଟାଉଛି ଠିକା ସଂସ୍ଥା । ଦିନର ତାପମାତ୍ରା ୪୦° ଉପରେ ରହୁଥିବାରୁ ଦିନ ୧୧ଟାରୁ ୩ଟା ମଧ୍ୟରେ କିଭଳି ଶ୍ରମିକମାନେ କାର୍ଯ୍ୟ ନକରିବେ ତାହା ଉପରେ ଗୁରୁତ୍ୱ ଦେଇ ସରକାର କଡ଼ା ନିୟମ ଜାରି କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ ଓ ଶ୍ରମ ବିଭାଗର ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକଠାରୁ କୁଲେରଗୁଡା ପର୍ଯ୍ୟନ୍ତ ଚାଲିଥିବା ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟରେ । ସୂଚନା ଅନୁଯାୟୀ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କୋକସରା ବ୍ଲକର ବଙ୍ଗୋମୁଣ୍ଡା ଛକଠାରୁ କୁଲେରଗୁଡା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ବର୍ତ୍ତମାନ ରାସ୍ତା ନିର୍ମାଣ କାମ ଜାରି ରହିଛି । ଏହି ରାସ୍ତାର କୁଲେରଗୁଡା ଠାରେ ଖୁର୍ସେଲଗୁଡା ପର୍ଯ୍ୟନ୍ତ ପିଚୁ ପଡୁଥିବାବେଳେ ଟେମରା- ବଙ୍ଗୋମୁଣ୍ଡା ମଝିରେ ଏକ କଳଭଟ ତିଆରି ହେଉଛି । ଟାଇଁ ଟାଇଁ ଖରାରେ ଘରୁ ପଦାକୁ ଗୋଡ଼ କାଢି ହେଉ ନଥିବାବେଳେ ଏଠାରେ ନିୟୋଜିତ ଠିକାସଂସ୍ଥା ସରକାରଙ୍କର ନିୟମକୁ ଫୁ’ କରି ଦିନ ୧୨ଟା ବେଳର ଟାଣ ଖରାରେ ଶ୍ରମିକଙ୍କୁ ଖଟାଇ ଚାଲିଥିବା ଦେଖିବାକୁ ମିଳୁଛି । ରାଜ୍ୟର ଅନେକ ସହରରେ ଖରା ୪୦ ଡିଗ୍ରୀ ଉପରେ ରହିଛି। ସତେ ଯେପରି ତାତିଲା କଡେଇରେ ଭାଜି ହେଉଥିବା ପରି ମନେ ହେଉଥିବାବେଳେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଖରା ଦାଉରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ନିୟମ ମଧ୍ଯ ଜାରି କରିଛନ୍ତି । ତଥାପି ଏଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏମଏସ୍ ମା’ ଭବାନୀ ଇଞ୍ଜିନିୟରିଂ (କ) ଶ୍ରେଣୀର ଠିକାଦାର ସରକାରଙ୍କ ନୀତି ନିୟମକୁ ବେଖାତିରି କରି ଉଡ଼ାଇ ଦେଇଛନ୍ତି । କାର୍ଯ୍ୟ ସ୍ଥାନରେ ପାଣିର ମଧ୍ୟ ବ୍ୟବସ୍ଥା ଟିକେ ହୋଇ ନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୨ଟା ସମୟର ଟାଣ ଖରାରେ ଶ୍ରମିକଙ୍କୁ ଖଟାଉଥିବାବେଳେ ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନେବାରୁ ଶ୍ରମିକମାନେ ମରଣକୁ ବରଣ କରି ରୋଜଗାର ଆଶାରେ କାମ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମହିଳା ମାନେ ୧୧ଟା ପରେ ଖରାରେ କାମ ପାଇଁ ବାରଣ କରୁଥିବା ବେଳେ ୧୨ଟା ସମୟର ପର୍ଯ୍ୟନ୍ତ କାମ କରିବାକୁ ସେଠାରେ ଥିବା ଠିକାସଂସ୍ଥାର କର୍ମଚାରୀମାନେ ଶ୍ରମିକଙ୍କୁ ଯୋର ଦେଉଥିବା କାମରେ ନିୟୋଜିତ କିଛି ମହିଳା ଶ୍ରମିକ କହିଛନ୍ତି । ସରକାରଙ୍କ ନିୟମକୁ ବେଖାତିର କରି ଏହି ଠିକା ସଂସ୍ଥା ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ଖରାରେ ଖାଟାଇ ଚାଲିଛନ୍ତି । ଟାଣ ଖରାରେ ଶ୍ରମିକମାନେ କାମ କରୁଥିବା ବେଳେ ଅଂଶୁଘାତର ଶିକାର ହେବା କଥାକୁ ଏଡ଼ାଇ ଦିଆଯାଇ ନପାରେ । ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଯଦି ସତର୍କ ହୋଇ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଧନ ଜୀବନ ହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲା ପ୍ରଶାସନ ସଂପୃକ୍ତ ଠିକାସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.