ଓଡ଼ିଆ ବାର୍ତ୍ତା/ ବାହାନଗା: ଜୁନ ୨ ତାରିଖ ବାହାନଗା ଷ୍ଟେସନରେ ହୋଇଥିବା ଭୟାନକ ସିରିଜ ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଂଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ସେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସହ ବାୟୁସେନାକୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହାତ ହୋଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା କ୍ଷତି ପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି ।
#BalasoreTrainAccident | The Coromandal Express train met with an accident and dashed with stationery goods train at Bahanaga Bazar station. The train was going at full speed as it was not supposed to stop at the station. The impact was such that its 21 coaches derailed with its…
— ANI (@ANI) June 3, 2023
ସେହିପରି ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତାହତ ଓ ପୀଡ଼ିତଙ୍କ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହାୟତା ରାଶି ଘୋଷଣା କରିଛନ୍ତି । ସେ ପଶ୍ଚିମବଙ୍ଗ ର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।