ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଲମପୁର ବ୍ଲକ ଅନ୍ତର୍ଗତ ବାଙ୍କାପଲା ଗ୍ରାମରେ କଳାହାଣ୍ଡି ଦୁଧକାଉଁରିଆ ଯାଦବ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭପତି ପର୍ଶୁରାମ ବଗର୍ତ୍ତି ଏବଂ ସମ୍ପାଦକ ରୁଦ୍ର ପ୍ରସାଦ ହାତୀଙ୍କ ନେତୃତ୍ୱରେ ଚନ୍ଦାର ଅଞ୍ଚଳ ସଭାପତି କ୍ଷମାନିଧି ନାଗ, ଗୁବ୍ରିଆ ଅଞ୍ଚଳ ସଭାପତି ମଣି ରାମ ବଗର୍ତ୍ତି, ଇର୍ଲିପାଟ ଅଞ୍ଚଳ ସଭାପତି ବୈକୁଣ୍ଠ ନାୟକ, ପୋଇଲପାର ଅଞ୍ଚଳ ସଭାପତି ଜଗତ କିଶୋର ନାଗ, ମହୁଲ ପାଟଣା ଅଞ୍ଚଳ ସଭାପତି ଦଶରଥ ରାଉତଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସାମାଜିକ ନୀତି ନିୟମ, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା ।