ଈଶ୍ୱର ଉପାଶକ ହେଲା ଶୈତାନ: ପ୍ରେମିକାକୁ ହତ୍ୟା କରି ନାଳରେ ଫିଙ୍ଗି ଦେଲା ମନ୍ଦିର ପୂଜାରୀ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ମହିଳାଙ୍କୁ ହତ୍ୟା କରି ନାଳରେ ଫିଙ୍ଗି ଦେବା ଅଭିଯୋଗରେ ଆୟଗିରି ସାଇ କୃଷ୍ଣ ନାମକ ଜଣେ ପୂଜାରୀଙ୍କୁ ଗିରଫ କରିଛି ତେଲେଙ୍ଗାନା ପୁଲିସ। ମହିଳାଙ୍କୁ ହତ୍ୟା କରି ସରୁରୁନଗର ରେଡଜିଷ୍ଟ୍ରାର୍ ଅଫିସ୍ ନିକଟରେ ଥିବା ଏକ ଡ୍ରେନ୍‌ରେ ଫିଙ୍ଗି ଦେଇଥିଲା ଅପରାଧି। ଅପରାଧ କରିବା ପରେ ଅତି ଚତୁରତା ଦେଖାଇ ସାଇ କୃଷ୍ଣ ଥାନାରେ ପହଞ୍ଚି ମହିଳାଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲେ। ମହିଳା ଜଣଙ୍କ ତାଙ୍କ ଝିଆରୀ ବୋଲି ସେ ଥାନାରେ ପରିଚୟ ଦେଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ସେ ତାଙ୍କ ଝିଆରୀ କୁରୁଙ୍ଗାନ୍ତୀ ଅପସରାଙ୍କୁ ଶାମଶାବାଦ ବସ୍‌ଷ୍ଟାଣ୍ଡରେ ଛାଡ଼ିଥିଲେ। ସେଠାରୁ ସେ ଭଦ୍ରାଚଳମ ଯିବାର ଥିଲା। ହେଲେ ସେବେଠାରୁ ତାଙ୍କ ଫୋନ୍ ଲାଗୁନି। ମେ ୩ ତାରିଖ ଠାରୁ ସେ ନିଖୋଜ ଅଛନ୍ତି ବୋଲି ଆୟଗିରି ସାଇ କୃଷ୍ଣ ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ପୁଲିସ ତଦନ୍ତ କରିବା ପରେ ସାଇକୃଷ୍ଣଙ୍କ ଉପରେ ସନ୍ଦେହ ବଢ଼ିଥିଲା। ସିସିଟିଭି ଓ ଅନ୍ୟାନ୍ୟ ଟେକ୍ନିକାଲ ଡାଟାର ଖୋଳତାଡ଼ କରିବା ପରେ ସାଇକୃଷ୍ଣ ମାମଲାର ଦୋଷ ସ୍ୱୀକାର କରିଥିଲା। ସେ ଅପସରାଙ୍କୁ ହତ୍ୟା କରିଛି ବୋଲି କହିଥିଲା। ପୁଲିସର ସୂଚନା ଅନୁସାରେ ସାଇକୃଷ୍ଣର ପୂର୍ବରୁ ବିବାହ କରିସାରିଥିବା ବେଳେ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ତାଙ୍କର ଅପସରାଙ୍କ ସହିତ ଅବୈଧ ସମ୍ପର୍କ ରହିଥିଲା। ଆଉ ଅପସରା ତାଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ସାଇକୃଷ୍ଣ ତାଙ୍କୁ ହତ୍ୟା କରିଛି। ଶାମଶାବାଦରେ ଅପସରାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ପ୍ଲାଷ୍ଟିକ୍‌ରେ କଭରରେ ଭର୍ତ୍ତି କରି ସରୁରନଗରକୁ ନେଇଥିଲା। ସେଠାରେ ଏମ୍‌ଆର୍‌ଓ ଅଫିସ୍‌ରେ ଥିବା ଏକ ଡ୍ରେନ୍‌ରେ ଭସାଇ ଦେଇଥିଲା। ଏହି ସରୁରନଗର ଠାରେ ଏକ ମନ୍ଦିର ରହିଛି। ସାଇକୃଷ୍ଣ ସେହି ମନ୍ଦିରର ପୂଜକ। ଘଟଣାର ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.