ଓଲଟା ଲେଖିବାରେ ମାହିର୍ ବିଜୟ ଗୌଡ଼

ପେଶାରେ ପରିବା ବ୍ୟବସାୟୀ, ନିଶାରେ ଓଲଟା ଲେଖା ସାଙ୍ଗକୁ ଢଗ ଢମାଳି ସମାହିତ ପ୍ରଶ୍ନ

ଓଡ଼ିଆ ବାର୍ତ୍ତା / ଖଲ୍ଲିକୋଟ (ମାଧବ ବେହେରା): ପେସାରେ ପରିବା ବ୍ୟବସାୟୀ କିନ୍ତୁ ନିଶାରେ ଓଲଟା ଲେଖିବାରେ ମାହିର। ଯେ କୌଣସି ବ୍ୟକ୍ତି ତାଙ୍କୁ ଦୋକାନ ଆଗରେ ଉପସ୍ଥିତ ରହି କିଛି ଅନୁଛେଦ ଡାକିଲେ ସେ ତୁରନ୍ତ ଓଲଟା ଧାଡରେ ଲେଖାନ୍ତି ଯାହାକି (ଦର୍ପଣରେ ଦେଖିଲେ ସଠିକ୍ ପଢ଼ିହୁଏ) ତୁରନ୍ତ ଲେଖି ତାଙ୍କୁ ବଢାଇ ଦିଅନ୍ତି। ହଠାତ୍ କେହି ସେହି ଲେଖା କାଗଜକୁ ଦେଖିଲେ କିଛି ବୁଝି ପାରନ୍ତି ନାହିଁ କିନ୍ତୁ ଦର୍ପଣରେ କିମ୍ୱା ଆଲୁଅ ଆଗରେ କାଗଜକୁ ଓଲଟାଇ ରଖି ପଢ଼ିଲେ ସବୁ ସଠିକ୍ ଭାବେ ପଢି ହୋଇଯାଏ। ବ୍ୟକ୍ତି ଜଣଙ୍କ ହେଉଛନ୍ତି ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ବିଜୟ ଗୌଡ଼। ବୟସ ୫୪। ସୁମଣ୍ଡଳ ଛକରେ ତାଙ୍କର ପରିବା ଦୋକାନ। ଓଲଟା ଲେଖାରେ ସେ ଏତେ ମାହିର ଯେ ବାସ୍ତବ ସିଧା ଭାବେ ଲେଖୁଥିବା ଲୋକଙ୍କ ଠାରୁ ସେ ଅଧିକ ଗତିରେ ଲେଖନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଙ୍କୁ ଯେ ବା ଦେଖେ ତାଙ୍କ ପାଖରେ ଏହି କଳା ଅଛି ବୋଲି କେହି ବିଶ୍ବାସ କରିପାରନ୍ତି ନାହିଁ। ଖାଲି ସେତିକି ନୁହେଁ ଢଗ ଢମାଳି ସାଙ୍ଗକୁ ଏମିତି ସାଧାରଣ ଜ୍ଞାନ ଥିବା ପ୍ରଶ୍ନ ସେ ପଚାରିବାରେ ଓସ୍ତାଦ। ଢଗ ମାଧ୍ୟମରେ ତାଙ୍କ ଦ୍ଵାରା ପଚରାଯାଉଥିବା ପ୍ରଶ୍ନ ପ୍ରାୟ ସମସ୍ତଙ୍କୁ ଦ୍ୱନ୍ଦ୍ୱ ରେ ପକାଇଥାଏ। ଗାଁ ଗହଳିରେ ରହି ଏହି ପ୍ରକାର ସ୍ଵତନ୍ତ୍ରତା ଶୈଳୀ ଉପରେ ନିଜକୁ ପ୍ରତିଷ୍ଠିତ କରାଇ ଲୋକଙ୍କ ନିକଟରେ ବେଶ୍ ପରିଚିତ ବିଜୟ। ଦୈନିକ ବିଭିନ୍ନ ଲୋକ କିମ୍ୱା ଯାତ୍ରୀ ଏହାର ସତ୍ୟତା ପାଇଁ ତାଙ୍କ ନିକଟରେ ଉପସ୍ଥିତ ରହି ତାଙ୍କ ପ୍ରଶ୍ନ ବାଣରେ ପରାସ୍ତ ହେବା ଘଟଣା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Udyog Nursery
Udyogi Nursery

ଯଥାର୍ଥରେ ବିଜୟ କମ ପାଠ ପଢିଥିଲେ ମଧ୍ୟ ଜଣେ ଆସୁ କବି ଭାବେ ନିଜର ସୃଜନ ଶିଳତା କୁ ଦୈନଦିନ କର୍ମଜଞ୍ଜାଳ ଭିତରେ ଜାହିର ରଖିବା ଫଳରେ ନିଜକୁ ସବୁବେଳେ ପ୍ରସନ୍ନ ରଖି ତାର ପାରିବ ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ରୋମାଂଚିତ କରିଥାନ୍ତି। ଗ୍ରାମବାସୀମାନେ ମଧ୍ୟ ତାଙ୍କର ଏହି ପ୍ରୟାସର ଭୂୟସୀ ପ୍ରଶଂସା କରନ୍ତି। ବିଜୟ ଖୁବ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିବା ସହ କେବେବି ସୃଜନଶୀଳତାରୁ ଓହରି ନାହାନ୍ତି ବରଂ ରାଶି ରାଶି କବିତା ଓ ଢଗ ଢମାଳି ମଧ୍ୟରେ ନିଜକୁ ହଜାଇ ଦିଅନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.