ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଆଜି ବିଶ୍ୱ ପିତୃ ଦିବସ । ସନ୍ତାନ ପ୍ରତି ପିତାଙ୍କର ତ୍ୟାଗ ଓ ବଳିଦାନ ଅତୁଳନୀୟ । ପ୍ରତି ବର୍ଷ ଜୁନ ମାସ ଦ୍ୱିତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ଆଉ ଚଳିତ ବର୍ଷ ମଧ୍ୟ ଏହି ଦିନକୁ ବହୁ ଧୁମ ଧାମରେ ପାଳୁଛନ୍ତି ସନ୍ତାନମାନେ । ପରିବାରର ମେରୁଦଣ୍ଡ ହେଉଛନ୍ତି ପିତା । ନିଜର ଇଚ୍ଛାକୁ ବଳିଦେଇ ସେ ସନ୍ତାନ ପାଖେ ଅଜାଡି ଦିଅନ୍ତି ଦୁନିଆର ସବୁ ଖୁସି । ବାପା ପରିବାର ପାଇଁ ଛାତଟିଏ । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର।ବାପା ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସୁନ୍ଦର ଉଦାହରଣ । ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ ‘ଫାଦର୍ସ ଡେ’ ବା ପିତୃଦିବସ ପାଳନ କରାଯାଏ ।ସନ୍ତାନସନ୍ତତିମାନେ ପିତାଙ୍କ ତ୍ୟାଗ ଓ ଭଲ ପାଇବାକୁ ସମ୍ମାନ ଜଣାଇ ଏହ ଦିନଟିକୁପାଳନ କରିଥାନ୍ତି । ସର୍ବପ୍ରଥମେ ‘ଫାଦର୍ସ ଡ଼େ’ ଜୁନ ୧୯ ତାରିଖ୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହ ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହ ଦିନଟିର ଧୀରେଧୀରେ ଏହାର ପ୍ରଚାର ଓ ପ୍ରସାର ହେବାକୁଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠି ପିତୃଦିବସ ପାଳନ କରାଯାଉଅଛି।