ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସମ୍ବିଧାନ ସଚେତନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ହେରାମାଲ ପଞ୍ଚାୟତ ଅଧିନସ୍ଥ ବ୍ରାହ୍ମଣ କେନ୍ଦୁଗୁଡା ଗାଁଠାରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଲମପୁର ଶାଖା ତରଫରୁ ଏକ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାଁର ପରିବାରମାନଙ୍କୁ ଭାରତୀୟ ସମ୍ବିଧାନ ଓ ବାବାସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଧନଞ୍ଜୟ ଦୀପଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବଳରାମ ଛତ୍ରୀଆ ସଭା ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସମ୍ପାଦକ ଶ୍ରୀକାନ୍ତ ଛତ୍ରୀଆ, ଜୟପ୍ରକାଶ ଜାଲ, ଅଭିଜିତ କର, ଉପଦେଷ୍ଟା ଶତ୍ରୁଘ୍ନ ବାଗ, ଗଣେଶ ବାଗ, ଗଣେଶ ନାଗ, ମାଧବ ସୁନାନି, ବସନ୍ତ ନିଆଲ ସହ ଅନେକ ସଦସ୍ଯ ସଦସ୍ୟା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ସୁରେନ୍ଦ୍ର ସୁନାନି,ଭୋଜରାଜ ଛତ୍ରୀଆ,ବିଦେଶୀ ନାଏକ, ଭକ୍ତରାଜ ଦୁର୍ଗା, ସରପଞ୍ଚ ସୁଶୀଳା ଦୂର୍ଗା ପ୍ରମୁଖ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.