ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପହଣ୍ଡି ବିଜେ ପାଇଁ ଆଜି ସୋନପୁର ଠାରେ ଚୂଡାନ୍ତ ପ୍ରସ୍ତୁତି ସରି ଯାଇଛି l ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଠାରୁ ସନ୍ଧ୍ୟା ବେଳକୁ ମହାପ୍ରଭୁ ଙ୍କ ପହଣ୍ଡି ଆରମ୍ଭ କରାଯିବା କୁ ଥିବା ବେଳେ ଆସନ୍ତା କାଲି ବୁଧବାର ସନ୍ଧ୍ୟା ୪ ଟା ବେଳକୁ ରଥଟଣା ହେବ । ଏଥିପାଇଁ ଯାତ୍ରା ର ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ଜ଼ିଲ୍ଲା ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ପୁରା ସଜାଗ ରହିଥିବା ଜଣା ଯାଇଛି l ରଥ ଖଳା ରେ ମହାପ୍ରଭୁ ଙ୍କ ତିନୋଟି ଯାକ ରଥ ସୁ ସଜ୍ଜିତ ରହିଛି l ଗତ କାଲି ସୁବର୍ଣ୍ଣପୁର ର ନୂତନ ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ମାଉସୀ ମନ୍ଦିର ଠାରୁ ପ୍ରଭୁ ଙ୍କ ବଡ଼ ଦାଣ୍ଡ ର ସ୍ଥିତି ପରଖି ଥିଲେ l ଏବଂ ଉଭୟ ରାସ୍ତା କଡ଼ ର ଅଳିଆ ଆବର୍ଜନା ସବୁ କୁ ଦେଖି ସକାଳ ସୁଦ୍ଧା ବଡ଼ ଦାଣ୍ଡ କୁ ସ୍ୱଚ୍ଛ ସୁନ୍ଦର ରଖି ବାକୁ ପୌର ପ୍ରଶାସନ କୁ ତାଗିଦ କରିଥିଲେ l ସେହିପରି ଜ଼ିଲ୍ଲା ର ଶ୍ରୀ ପାତାଳି ଶ୍ରୀକ୍ଷେତ୍ର ଠାରେ ମଧ୍ୟ ରଥ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି l






