ବିଶ୍ୱକପ କ୍ରିକେଟରେ ୬ ଦେଶ ବ୍ୟବହାର କରିବେ କଶ୍ମୀରର ୱିଲୋ ବ୍ୟାଟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଶ୍ମୀରରେ ପ୍ରସ୍ତୁତ ୱିଲୋ ବ୍ୟାଟର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅଳ୍ପ କେତୋଟି ଆନ୍ତର୍ଜାତୀୟ ମ୍ୟାଚରେ ଏହି ବ୍ୟାଟର ବ୍ୟବହାର ହୋଇଛି । ରିପୋର୍ଟ ମୁତାବକ ଆଗାମୀ ବିଶ୍ୱକପରେ ୬ଟି ଦେଶ ଏହି ବ୍ୟାଟରେ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଦେଶଗୁଡିକ ହେଲେ ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଓମାନ ଓ ୟୁଏଇ । ଇଂଲଣ୍ଡର ଇଂଲିଶ ୱିଲୋ ବଦଳରେ ସେମାନେ ପ୍ରଥମ ଥର ପାଇଁ ଏହି ବ୍ୟାଟ ବ୍ୟବହାର କରିବେ । ଯାହାକୁ ନେଇ କଶ୍ମୀରର ବ୍ୟାଟ ନିର୍ମାତାମାନେ ବେଶ ଉତ୍ସାହିତ ଅଛନ୍ତି । ଆଇପିଏଲରେ ଏହି ବ୍ୟାଟ ବେଶ ଲୋକପ୍ରିୟତା ହାସଲ କରିଥିଲା । ପୂର୍ବରୁ ବିଦେଶୀ କମ୍ପାନୀମାନେ କଶ୍ମୀରରୁ ବ୍ୟାଟ କିିଣିନେଇ ଏହା ଉପରେ ଲେଭଲ ଲଗାଇ ବିକ୍ରୀ କରୁଥିଲେ । ଏବେ ସେମାନେ ନିଜର ଲୋଗୋ ଲଗାଇବା ଫଳରେ ଅଧିକ ଲାଭ ମଧ୍ୟ ହାସଲ କରି ପାରୁଛନ୍ତି । ଇଂଲିଶ ୱିଲୋ ତୁଳନାରେ କଶ୍ମୀରର ୱିଲୋ ବ୍ୟାଟର ଦର କମ ରହୁଛି । ଏହି ବ୍ୟାଟର ବଡି କଶ୍ମୀରରୁ ଆସୁଥିବା ବେଳେ ହ୍ୟାଣ୍ଡେଲ ଜଳନ୍ଧର, ଆଣ୍ଡମାନ ଓ ନିକୋବରରୁ ଆସିଥାଏ । ସେହିପରି ଷ୍ଟିକର ମୀରଟରୁ ଓ ଫାଇବର କୋଲକାତାରୁ ଆସେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.