ଓଡିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଅବସ୍ଥିତ ନେଚୁରାଲ କପା ମିଲ ଡୁମେରମୁଣ୍ଡାର ପଛ ପଟେ ଆଜି ଜଣେ ପାଖା ପାଖି ୪୦ ବର୍ଷ ଯୁବକର ଗଳିତ ମୃତ ଦେହ କେସିଙ୍ଗା ପୋଲିସ ଉଦ୍ଧାର କରିଛି। ଶବ ଟି ଆନୁମାନିକ ତିନି ଚାରି ଦିନ ତଳର ବୋଲି ଜଣାପଡିଛି। ଆଖ ପାଖର ଜଣେ ଲୋକ କୌଣସି କାମରେ ସେପଟେ ଯାଇଥିବା ବେଳେ ସେ ଶବ ଟିକୁ ଦେଖି ପୋଲିସକୁ ଖବର ଦେବା ପାଇଁ ଡ଼ରି ଯାଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖବର ଦେଇଥିଲା।
ପରେ ଗଣମାଧ୍ୟମ ପ୍ରତିନିଧି ମାନେ କେସିଙ୍ଗା ପୋଲିସକୁ ଖବର ଦେବାପରେ ନିଜେ ଏସ ଡି ପି ଓ ରୋହିତ ବର୍ମା ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତନାଘନା କରୁଥିବା ଜଣାପଡିଛି । ଶବଟି ପଚି ଯାଇଥିବା ବେଳେ ମୁଁହ ଖରାପ ହୋଇ ଯାଇଛି। ଯୁବକଟି କଳା ପ୍ୟାଣ୍ଟ୍ ଓ କଳା ଟି ସାଟ ପିନ୍ଧିଥିବା ବେଳେ ଗୋଡ଼ରେ ଚପଳ ମଧ୍ୟ ପିନ୍ଧିଛି।ପୋଷ୍ଟ ମଟମ ପରେ ହତ୍ୟା ନା ଆତ୍ମହତ୍ୟା ନା ଆଉ କଣ ଜଣା ପଡ଼ିବ ବୋଲି ଏସ ଡି ପି ଓ ପ୍ରକାଶ କରିଛନ୍ତି।