ଶାନ୍ତି ଶୃଙ୍ଖଳା ସହିତ ଘୋଷଯାତ୍ରା ପାଳିତ

ଓଡ଼ିଆ ବାର୍ତ୍ତା /ନୂଆପଡା (ରାହୁଲ ବାଗ): ନୂଆପଡା ଜିଲ୍ଲା ର ପୂର୍ଵପଲ୍ଲୀ ରେ ରଥଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି | ଗତକାଲି ସନ୍ଧ୍ୟା ରେ ସ୍ଥାନୀୟ ମନ୍ଦିରପଡା ସ୍ଥିତ ମନ୍ଦିର ରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କୁ ରୀତିନୀତି ରେ ପୂଜାର୍ଚନା କରାଯାଇଥିଲା | ପରେ ଅପରାହ୍ନ ରେ ପହଣ୍ଡି ବିଜେ କରାଯାଇ ତିନି ଠାକୁର ଙ୍କୁ ରଥାରୁଢ଼ କରାଯାଇଥିଲା | ତିନି ଠାକୁର ଙ୍କୁ ରଥଯାତ୍ରା ପରିଚାଳନା କମିଟି ସମ୍ପାଦକ କ୍ଷିତୀଶ ଅଶୋକ ବୋଧଙ୍କର ଚେରପହରା କରିଥିଲେ | ଜାତୀୟ ରାଜପଥ ଉପରେ ପ୍ରାୟ 2 କିଲୋମିଟର ଭକ୍ତ ମାନେ ରଥ କୁ ଟାଣି ଇରିଗେସନ ଛକ ସ୍ଥିତ ମାଉସୀ ମା ମନ୍ଦିର ପହଂଚି ଥିଲେ | ରଥାରୂଢ ତିନି ଠାକୁର ଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ରଥଯାତ୍ରା ରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷ ରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା | ପୂଝରୀ ଅକ୍ଷୟ ରଥ ମାଉସୀ ମନ୍ଦିର କମିଟି ପକ୍ଷ ରୁ ଲୋକନାଥ ରଥ, ପପ୍ପୁ ସ୍ୱାଇଁ, ପ୍ରଦୀପ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.