ସିନାପାଲିରେ ତହସିଲ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିସରରେ ବୁଧବାର ତହସିଲ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ା ପତଞ୍ଜଳି ଯୋଗ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ବିଡ଼ିଓ ସର୍ବେଶ୍ୱର ଜାଲ ଯୋଗଦେଇ ଥିଲେ ା ତହସିଲ ପ୍ରଭାରୀ ହୃଷିକେଶ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଦିବସରେ ପ୍ରଶିକ୍ଷକ ତ୍ରିନାଥ ମେହେର ଯୋଗ ଶିକ୍ଷା ଦେଇଥିଲେ ା ପ୍ରାରମ୍ଭରେ ସମିତିର ସଂପାଦକ ନବୀନ ଚଂଦ୍ର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ ା କାର୍ଯ୍ଯକ୍ରମ ଆୟୋଜନରେ ସ୍ଥାନୀୟ ଦୀବ୍ଯମ ଟିଭିଏସ୍ ସୋରୁମ୍ ର ମାଲିକ୍ କ୍ଷିରସିନ୍ଧୁ ମେହେର ସହଯୋଗ କରିଥିଲେ ା କାର୍ଯ୍ଯକ୍ରମରେ ତୁଳସୀରାମ ମେହେର, ସୁରେଶ ପଟେଲ, ତ୍ରିନାଥ ମେହେର, ତରୁଣ କୁମାର ମେହେର, ମୋହନ ଦାସ, ଅରିଗଞ୍ଜନ ଯୋଷୀ, ହୀରାଲାଲ ଅଗ୍ରୱାଲ, ଋଷଭ ମେହେର, ଦିନେଶ ମେହେର, ରାଜେଶ ଅଗ୍ରୱାଲ, ନରେଶ ମାଝୀ, ଲୋଚନ ମେହେର, ଧବଲେଶ୍ୱର ମେହେର, ଶ୍ରବଣ ଯୋଷୀ ପ୍ରମୁଖ ଯୋଗ ଦେଇଥିଲେ ା ଶେଷରେ ସୁବ୍ରତ ଠାକୁର ଧନ୍ଯବାଦ ଦେଇଥିଲେ ା ଏଥିସହ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଇଥିବା ଜଣା ପଡ଼ିଛି ା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.