ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୋର୍ଡ଼ା ଠାରେ ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଭୂଷଣ ସାହୁଙ୍କ ତତ୍ବାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମ ବ୍ୟକ୍ତିଗତ ଜୀବନ ସୁଖ, ଶାନ୍ତି, ସୁସ୍ଥ ସବଳ ଓ ନିରୋଗ ରହିବାରେ ଈଶ୍ୱର ଙ୍କ ବରଦାନ ହୋଇଥାଏ । ଯୋଗ, ଆସନ, ପ୍ରାଣାୟାମ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ଗୁଡିଏ ରୋଗରୁ ମୁକ୍ତି ମିଳିଥାଏ ବୋଲି ଗୁରୁଜୀ ମୋହନ ସାହୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ଯୋଗଗୁରୁ ଅବନୀ ସାହୁ ସମସ୍ତଙ୍କୁ ଯୋଗାଭ୍ୟାସ ସହ ଯୋଗର ଲାଭ ବିଷୟରେ କହିଥିଲେ । ଏଥିରେ ୧୫୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମାନସ ପଧାନ, ନିଭୃତ ପଧାନ, ଗୀତାଞ୍ଜଳି ଥନାପତି, ଅନିତା ଲେଙ୍କା, ସମିତା ପଧାନ, ହେମନ୍ତ ବଗର୍ତ୍ତୀ,ସୁଜାତା ଭୋଇ, ଅନିତା ଭୋଇ ଆଦି ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।