ଜିଲ୍ ବାଇଡେନଙ୍କୁ ସବୁଜ ହୀରା ଉପହାର ଦେଲେ ମୋଦୀ

ୱାଶିଂଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଜିଲ ବାଇଡେନଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ସାକ୍ଷାତ ହେବା ପରେ ମୋଦୀ ଉଭୟଙ୍କ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କୁ ଲ୍ୟାବ୍‌ରେ ପ୍ରସ୍ତୁତ ୭.୫ କ୍ୟାରେଟ୍‌ର ସବୁଜ ହୀରା ଉପହାର ଦେଇଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ରାଜସ୍ଥାନର ଜୟପୁର ସୁଦକ୍ଷ କାରିଗରଙ୍କଦ୍ବାରା ଖୋଦେଇ କରାଯାଇଥିବା ଚନ୍ଦନକାଠ ବାକ୍ସଟିଏ ଉପହାର ଦେଇଛନ୍ତି। ଏହି ବାକ୍ସରେ ଗଣେଶଙ୍କର ରୁପା ପ୍ରତିମା ଓ ଗୋଟାଏ ଦୀପ ରହିଛି। ଭାରତ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୋଦୀ ଦେଇଥିବା ଉପହାରଗୁଡ଼ିକ ଭାରତୀୟ ସଂସ୍କୃତିର ଝଲକ ମିଳୁଛି। ତାଙ୍କୁ ଦିଆଯାଇଥିବା ଉପହାରଗୁଡ଼ିକ ଭାରତର ବିଭିନ୍ନ ରାଜ୍ୟ, ବିବିଧତା ଦେଶ ସହିତ ମିଳିତ ହୋଇଛି। ଅନ୍ୟପଟେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ପ୍ରଥମ ଲେଡି ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଂଶ ଶତାବ୍ଦୀ ପ୍ରାରମ୍ଭ ସମୟ ଖଣ୍ଡେ ହାତ ତିଆରି ପୁରାତନ ଆମେରିକୀୟ ‘ବୁକ୍‌ ଗାଲି’, ଏକ ପୁରାତନ କ୍ୟାମେରା ଏବଂ ଆମେରିକୀୟ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଥିବା ବୋର୍ଡ ବନ୍ଧେଇ ପୁସ୍ତକ ପ୍ରଦାନ କରିଛନ୍ତି। ସେହିପରି, ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ‘କଲେକ୍‌ଟେଡ୍‌ ପୋଏମ୍‌ସ୍‌ ଅଫ୍‌ ରବର୍ଟ ଫ୍ରଷ୍ଟ୍‌’ ପୁସ୍ତକର ପ୍ରଥମ ସଂସ୍କରଣର ଖଣ୍ଡେ କପି ସ୍ବାକ୍ଷର କରି ଭେଟି ଦେଇଛନ୍ତି। ସୂଚନା ଥାଉକି ମୋଦୀ ୱାଶିଂଟନରେ ବିଭିନ୍ନ ବିଜନେସ ଟାଇକୁନଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ ଏବଂ ପ୍ରବାସୀ ଭାରତୀୟଙ୍କ ସହିତ ବୈଠକ କରିବେ। ଏହି ସମୟରେ ଉପସ୍ଥିତ ଥିବା ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ ମୋଦୀ। ସେ କହିଛନ୍ତି, ବାଣିଜ୍ୟ, ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଚାହୁଁଛୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.