ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସରପଞ୍ଚ ସଂଘ ସଭପତି ଗଣନାଥ ସାହୁଙ୍କ ନେତୃତ୍ୱରେ ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍ ସରପଞ୍ଚ ସଂଘ ସଭାପତି ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରି ଥିଲେ । ବିଭିନ୍ନ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ବାର୍ଦ୍ଧକ୍ୟ ଅସହାୟ ଭତ୍ତା ପ୍ରଦାନ ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ କର୍ମକର୍ତ୍ତା ଜିଲ୍ଲାପାଳ ରାୟଙ୍କୁ ଅବଗତ କରିଥିଲେ । ଜିଲ୍ଲାପାଳ ଆଗାମୀ ବିଡ଼ିଓଙ୍କ ବୈଠକରେ ଆଲୋଚନ କରି ସମାଧାନ କରିବା ପାଇଁ ପ୍ରତିଶ୍ରତି ଦେଇଥିଲେ । ଆଲୋଚନାରେ ଜିଲ୍ଲା ସରପଞ୍ଚ ସଂଘ ସାଧାରଣ ସମ୍ପାଦିକା ଶ୍ରୀୟା କର୍ମୀ, ଉଳୁଣ୍ଡl ବ୍ଲକ ସଭାପତି ଅଶୋକ ପଣ୍ଡା, ବୀରମହାରାଜପୁର ବ୍ଲକ ସମ୍ପାଦକ ସୂର୍ଯ୍ୟ କୁମାର ନନ୍ଦ, ବିନିକା ବ୍ଲକ ସଭାପତି ରଜତ କୁମାର ପଧାନ, ସୋନପୁର ବ୍ଲକ୍ ସଭାପତି ପ୍ରମୋଦ କୁମାର ଧରୁଆ, ଡୁଙ୍ଗୁରି ପାଲି ସଭାପତି ମନୋଜ କୁମାର ପୁରୋହିତ, ଜିଲ୍ଳା କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ନୁଆଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।