ରୋଗୀକୁ ସହଯୋଗ କରିବାକୁ ଆସି ର୍ଦୁବ୍ୟବହାର ଶିକାର ହେଲେ ସମାଜସେବୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ରୋଗୀ କୁ ସେବା କରିବାକୁ ଆସି କର୍ମଚାରୀଙ୍କ ଦୁର୍ବ୍ୟବହାର ର ଶିକାର ହୋଇଥିବା ନେଇ ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ଲିଖିତ ଆକାର ରେ ଅଭିଯୋଗ କରିଥିବା ଦେଖାଯାଇଛି । ସୂଚନା ଅନୁସlରେ ଗତକାଲି ବଙ୍କିଆ ଗ୍ରାମର ଜୈନିକ ମହିଳା କୈାଣସି କାରଣ ରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ରକ୍ତର ଆବଶ୍ୟକ ବୋଲି ଡାକ୍ତର କହିବା ପରେ ଗରିବ ଅସହାୟ ମହିଳା ଙ୍କ ପରିବାର ବୀରମହାରାଜପୁର ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିୟା ପରିବାର ସାହାଯ୍ୟ ସହଯୋଗ ପାଇଁ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଦୁର୍ଯୋଧନ ମେହେର କୁ ସୁଚନା ଦେବା ପରେ ଶ୍ରୀ ମେହେର ଡାକ୍ତରଖାନା ରେ ପହଞ୍ଚି ରୋଗି ର ଭଲ ମନ୍ଦ ବୁଝିବା ସହ ରକ୍ତ ଆବଶ୍ୟକ ଥିବାରୁ ଡାକ୍ତରଖାନାର ଲାବଟେକନିସିଏନ ଙ୍କୁ ପଚାରିବା କୁ ଲାବ କୁ ଯାଇଥିବା ବେଳେ ଟେକନିସିଆନ ଅନୁପସ୍ଥିତ ଥିବାରୁ କିଛି ସମୟ ଅପେକ୍ଷା ପରେ ମଧ୍ୟ ନ ଆସିବାରୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଗ୍ରହଣ କରିନଥିବା ବେଳେ ବହୁ ସମୟ ପରେ ଡାକ୍ତରଖାନା କୁ ଆସିବା ପରେ ସମାଜସେବୀ ଶ୍ରୀ ମେହେର ଟେକନିସିଆନ ଲାକ୍ରା ବାବୁଙ୍କୁ ପଚାରିବାରୁ ଲାକ୍ରାବାବୁ ରାଗି ଯାଇ ବହୁ ରୋଗୀ ଏବଂ ରୋଗୀ ସମ୍ପର୍କିୟ ଙ୍କ ସମ୍ମୁଖରେ ଶ୍ରୀ ମେହେରଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବାରୁ ମାନସିକ ଭାବେ ଆଘାତ ପାଇଥିବା ବେଳେ ଆଜି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଆଜି ଉପଖଣ୍ଡ ଚିକିତ୍ସାଧିକାରି ଙ୍କ ଅନୁପସ୍ଥିତ ରେ ଡାକ୍ତରଖାନା ର ବ୍ଲକ ପ୍ରୋଗ୍ରାମ ମେନେଜର ଙ୍କୁ ଏ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ଙ୍କ ଗୋଚରାର୍ଥେ ପ୍ରଦାନ କରିଥିବା ଜଣାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.