କୁକୁରଙ୍କୁ ନେଇ ଚିନ୍ତାରେ ରତନ ଟାଟା, କଲେ ଏମିତି ଅପିଲ୍…

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚିନ୍ତାରେ ଅଛନ୍ତି ଦେଶର ଅନ୍ୟତମ ଶିଳ୍ପଦ୍ୟୋଗୀ ତଥା ଅରବପତି ରତନ ଟାଟା । ବୁଲା କୁକୁରଙ୍କୁ ନେଇ ରତନ ଟାଟା ଚିନ୍ତିତ ଥିବା ବେଳେ ଟ୍ୱିଟ୍ କରି ଲୋକଙ୍କୁ ଅପିଲ୍ କରିଛନ୍ତି । କୁକୁରଙ୍କୁ ବେଶ୍ ପସନ୍ଦ କରନ୍ତି ରତନ ଟାଟା । ଆଉ ବୁଲା କୁକୁରଙ୍କ ପାଇଁ ରତନ ଟାଟାଙ୍କ ଚିନ୍ତା ସେମାନଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦର୍ଶାଉଛି । ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବୁଲା ବିଲେଇ, କୁକୁର କାର ଓ ଅନ୍ୟ ଗାଡ଼ି ତଳେ ଆଶ୍ରୟ ନେଉଛନ୍ତି । ଆଉ ଗାଡ଼ି ଚାଳକ ଜନ୍ତୁଙ୍କୁ ନ ଦେଖି ଗାଡ଼ି କାଢ଼ିବା ବେଳେ ସେମାନେ ଆହତ ହେବା ସହ ଅନେକଙ୍କ ଜୀବନ ଯାଉଛି ।

Omkar Vasthu
Omkar Vasthu

ଯାହାକୁ ନେଇ ରତନ ଟାଟା ଚିନ୍ତାବ୍ୟକ୍ତ କରିବା ସହ ଟ୍ୱିଟ୍ କରି ବୁଲା ଜୀବଜନ୍ତୁଙ୍କୁ ରକ୍ଷା କରିବା ଲାଗି ନିବେଦନ କରିଛନ୍ତି । ଲେଖିଛନ୍ତି, ବର୍ଷା ଦିନେ ଅନେକ ବୁଲା କୁକୁର ଓ ବିଲେଇ କାର୍ ତଳେ ଆଶ୍ରୟ ନେଉଛନ୍ତି । ସେମାନଙ୍କୁ ଆଘାତ ନ ପହଞ୍ଚାଇବା ଲାଗି ଗାଡ଼ି କାଢ଼ିବା ବେଳେ ତଳକୁ ଟିକେ ଦେଖି ନିଅନ୍ତୁ । ଯଦି ଗାଡ଼ି ତଳେ ସେମାନେ ଥିବା ନ ଜାଣି ଗାଡ଼ି ବାହାର କରିବା ତ ଆଘାତ ଲାଗିବ, ଏପରିକି ମୃତ୍ୟୁ ବି ହୋଇପାରେ । ଆସନ୍ତୁ ବର୍ଷା ଦିନେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରଦାନ କରିବା । ବୁଲା କୁକୁରଙ୍କୁ ଭଲ ପାଉଥିବା ରତନ ଟାଟା ଅନେକ ବେସରକାରୀ ସଂଗଠନଙ୍କୁ ଆନିମଲ ସେଲ୍ଟର ପାଇଁ ଦାନ କରନ୍ତି । ଏପରିକି ରତନ ଟାଟାଙ୍କ ଘରେ ଥିବା ପୋଷା କୁକୁର ‘ଗୋଆ’ ମଧ୍ୟ ବୁଲା କୁକୁର ଥିଲା । ଯାହାକୁ ଗୋଆ ସଡ଼କରୁ ନେଇ ଘରେ ପାଳିଛନ୍ତି ରତନ ଟାଟା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.