ଗୋଲାମୁଣ୍ଡା ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକ ପରିସରରେ ମିଶନ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କିପରି ସୁବିଧାରେ ବ୍ୟାଙ୍କ ଋଣ ପାଇ ପାରିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗଇ ଦିଆଯାଉଥିବା ବିନା ସୁଧର ଋଣ ପାଇ ପାରିବେ ସେ ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନି ରାଉତ, ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବାଳ୍ମିକି ପଣ୍ଡା, ସିଡିପିଓ ପ୍ରେମାମଞୁରୀ ସାହୁ, ଜିପିଏଲଏଫ କମିଟି ବ୍ଲକ ସଭାପତି ପ୍ରିୟଙ୍କା ସାହୁ ଓ ଏଚଡିଏଫସି ବ୍ୟାଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଗୋଲାମୁଣ୍ଡା ଷ୍ଟେଟ ବ୍ୟାଙ୍କ ତରଫରୁ ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ କୋଟି ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଠିକ ସମୟରେ ଋଣ ପରିଶୋଧ କରି ବିନା ସୁଧରେ ଋଣ ନେବାକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ ସୁଧାଶୁଂ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବିଏମଏସସି ଯଶୋବନ୍ତି ନାଏକ, ସମସ୍ତ ସେକ୍ଟରର ମହିଳା ପରିଦର୍ଶିକା,  ଏମବିକେ, ସିଆରପି ଉପସ୍ଥିତ ଥିବା ବେଳେ ୨୦ ଗୋଟି ଗ୍ରାମପଞ୍ଚାୟତର ୫୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.