ଶରଣ ପଶିଲେ ଜଗନ ରେଡ୍ଡୀ!

ବିଜେପିର ଆଭିମୁଖ୍ୟକୁ ନେଇ ଚିନ୍ତାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। କେନ୍ଦ୍ରର ବିଜେପି ସରକାରକୁ ସବୁବେଳେ ସହଯୋଗ ଯୋଗାଇ ଆସୁଥିବା ଜଗନଙ୍କୁ ବିଜେପିର କେନ୍ଦ୍ରୀୟ ନେତାମାନେ ଟାର୍ଗେଟ କରିବା ପରେ ଜଗନଙ୍କ ଚିନ୍ତା ବଢିଛି। ଏପରିକି ମୋଦୀଙ୍କ ନଅ ବର୍ଷ ଶାସନ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆନ୍ଧ୍ର ରେ ଜଗନଙ୍କ ଉପରେ ବର୍ଷିଥିଲେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା। ଏବେ ଜଗନ ରେଡ୍ଡୀ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ରାଜ୍ୟର କିଛି ସମସ୍ୟାକୁ ନେଇ ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଥିଲେ ମଧ୍ୟ ରାଜନୈତିକ ଚର୍ଚ୍ଚା କିନ୍ତୁ କିଛି ଅଲଗା ହେଉଛି। ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ପାର୍ଟି ସହ ବିଜେପି ରାଜ୍ୟରେ ମେଣ୍ଟ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଚନ୍ଦ୍ରାବାବୁ ନାଇଡୁ ମଧ୍ୟ ବିଜେପି ସହ ଘନିଷ୍ଠତା ବଢ଼ାଉଛନ୍ତି। ସେପଟେ ବିଜେପି ମଧ୍ୟ ଆନ୍ଧ୍ରର ଶାସକ ଦଳ ୱାଇଏସଆର କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି। ତେଣୁ ଏ ସବୁକୁ ଦେଖି ଜଗନ ବିଜେପି ସହ ଆଲୋଚନା କରୁଥିବା କୁହାଯାଉଛି। ଏପରିକି ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ଦଳ ନଜର ପକାଇଛି। ସେଥିପାଇଁ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ମଧ୍ୟ ପରିବର୍ତ୍ତନ କରାଯାଇଛି। ଡି ପୁରନ୍ଦେଶ୍ୱରୀଙ୍କୁ ବିଜେପି ଆନ୍ଧ୍ରର ମଙ୍ଗ ଧରାଇଛନ୍ତି। ତେଣୁ ଏ ସବୁକୁ ଦେଖି ଜଗନ ଅମିତ ଶାହାଙ୍କ ସହ ବିଶେଷ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ସେପଟେ ଟିଡିପି ମୁଖ୍ୟ ଓ ଆନ୍ଧ୍ରର ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡୁ ଗତ ମାସରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଭେଟି ସାରିଛନ୍ତି। ଯାହାକି ଜଗନଙ୍କ ଟେନସନକୁ ଆହୁରି ବଢ଼ାଇଥିବା ଆଲୋଚନା ହେଉଛି। ତେଣୁ ଜଗନଙ୍କ ଏହି ବୈଠକ ପରେ ଆନ୍ଧ୍ର ରାଜନୀତିରେ କଣ ପରିବର୍ତ୍ତନ ଦେଖିବାକୁ ମିଳୁଛି ତା ଉପରେ ନଜର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.