ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ବାଇକ ଲୁଟ କଲେ ଦୁର୍ବୁତ୍ତ, ଫାଣ୍ଡିରେ ଏତଲା ଦାୟର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଝିଙ୍କିଡୁଙ୍ଗୁରି ନିକଟସ୍ଥ ଘାଟି ଠାରେ ଫିଜନ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇ ଟଙ୍କା ଲୁଟ ଉଦ୍ୟମ ବିଫଳ ହେବା ପରେ ଦୁର୍ବୁତ୍ତମାନେ ବାଇକ ଲୁଟ କରି ନେଇଥିବା ଟିକ୍ରାପଡା ଫାଣ୍ଡିରେ ଅଭିଯୋଗ ହୋଇଛି l ଏ ନେଇ ପୋଲିସ ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି l ପ୍ରକାଶ ଯେ, ସଇଁତଲା ଠାରେ ଥିବା ଫିଜନ ମାଇକ୍ରୋ ଫାଇନାନ୍ସର କର୍ମଚାରୀ ଫିରୋଜ କୁମାର ସାହୁ ଗତ ମଙ୍ଗଳବାର ଦିନ ଟିକ୍ରାପଡାକୁ ଦେଇଥିବା ରଣ ଟଙ୍କା ସଂଗ୍ରହ କରିବା ପାଇଁ ଯାଇଥିଲେ l ସେଠାରେ ଟଙ୍କା ହିତାଧିକାରୀମାନେ ଟଙ୍କା ଦେବା ବିଳମ୍ୱ ହେବାରୁ ସନ୍ଧ୍ୟା ପଯ୍ୟନ୍ତ ଅଟକି ରହିଥିଲେ l ପରେ ୨୫ ହଜାର ଟଙ୍କା ସଂଗ୍ରହ କରି ଫିରୋଜ ନିଜ ବାଇକ ନଂ ଓଡି ୧୭ ସି ୨୨୦୫ ଯୋଗେ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ଫେରୁଥିଲେ ବେଳେ ଝିଙ୍କିଡୁଙ୍ଗୁରି ନିକଟସ୍ଥ ଘାଟି ଠାରେ ଦୁର୍ବୁତ୍ତମାନେ ଚଳନ୍ତା ବାଇକରୁ ଫିରୋଜର ପିନ୍ଧିଥିବା ସାର୍ଟକୁ ଟାଣି ପକାଇବା ଫଳରେ ଦୁହେଁ ବାଇକରୁ ପଡି ଦୁର୍ଘଟଣା ହୋଇଥିଲେ l ତା ପରେ ମଧ୍ୟ ଦୁର୍ବୁତ୍ତମାନେ ଦୌଡାଇବାରୁ ଫିରୋଜ ନିକଟସ୍ଥ ଜଙ୍ଗଲ ଭିତରୁ ପଶିଗଲେ l ଏହାପରେ ଦୁର୍ବୁତ୍ତ ଦୁହେଁ ଦୁର୍ଘଟଣା ଗ୍ରସ୍ତ ଫିରୋଜ ବାଇକକୁ ଲୁଟ କରି ଫେରାର ମାରିଥିଲେ l ପରେ ଫିରୋଜ ଅଫିସକୁ ଫୋନ କରି ଦୁଇ ଜଣ କର୍ମଚାରୀ ପହଂଚି ଫିରୋଜକୁ ଉଦ୍ଧାର କରିଥିଲେ l ଫିରୋଜଙ୍କ ହାତ ଗୋଡ଼ରେ ଆଘାତ ଲାଗିଥିବା ଜଣାଯାଇଛି l

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.