ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ଫୋଟନ ଇନଷ୍ଟିଚ୍ୟୁଟରେ ଶିକ୍ଷକତା କରୁଥିବା ଶିକ୍ଷକ ପ୍ରଭାତ କୁମାର ଗଉଡଙ୍କ ଗତ ୫ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଫୋଟନର ନିର୍ଦ୍ଦେଶକ ମାନସ କୁମାର ସାହୁଙ୍କ ନେତୃତ୍ୱରେ ଏଣୁ ଇନଷ୍ଟିଚ୍ୟୁରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ନିଜ ପ୍ରିୟ ଶିକ୍ଷକଙ୍କ ଅମର ଆତ୍ମର ସଦ୍ଗତି ପାଇଁ କଲେଜ ଛକରେ ଥିବା ଫୋଟନ ଶାଖା ଠାରୁ କେଣ୍ଡଲ ଶୋଭାଯାତ୍ରା ଆସି ପୋଷ୍ଟ ଅଫିସ ପାଖ ଶାଖା ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ପ୍ରଭାତ ଗଉଡଙ୍କ ଫୋଟୋ ଚିତ୍ର ଲଗାଇ ଶୋକ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଫୋଟନର ଷ୍ଟାଫ ଚଞ୍ଚଳ ମିଶ୍ର, ମନୀଷା ମହାରଣା, ପ୍ରଜ୍ଞା ତ୍ରିପାଠୀ, ତପନ ପରିଡ଼ା, ସୋନୁ ପାତ୍ର, ନିରଞ୍ଜନ ରଣା, ଜନ୍ମେଜୟ ସାହୁ, ସଂଯୁକ୍ତା ପୁରୋହିତଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ଫୁଟବଲ ଆସୋସିଏସନ୍ ସଦସ୍ୟ, ସଦସ୍ୟା ଓ କିଛି ସାଧାରଣ ଜନତା ମଧ୍ୟ ସାମିଲ ଥିଲେ।