ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବାରମ୍ବାର ଚୋରୀ ହୋଇ ଆସୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ବିଭିନ୍ନ ଚୋରୀ ମାମଲାରେ ଜଡିତ ଥିବା ଅଭିଯୋଗରେ ପୋଲିସ ହାତରେ ଧରାପଡିଛି। ଗିରଫ ଅଭିଯୁକ୍ତ ନାମ ସତ୍ୟ ଦାସ (୧୯) ଗ୍ରାମ କୁମ୍ବେକେଲା, ପଞ୍ଚାୟତ କୁମ୍ଭାରୀ ବୋଲି ଜଣାପଡ଼ିଛି। ଏ ନେଇ ସଇଁତଲା ଥାନା କେଶ ନଂ ୧୧୪/୨୩ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଗତ ୨୦ ତାରିଖ ଦିନ ଅଭିଯୁକ୍ତ ସତ୍ୟଙ୍କୁ ସଇଁତଲା କୋର୍ଟକୁ ଚାଲାଣ ହୋଇଥିବା ବେଳେ ଜାମିନ ନା ମଞ୍ଜୁର ହୋଇଥିବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଗତ ୨୩ ମାର୍ଚ୍ଚରେ ସଇଁତଲା ଡାକ୍ତରଖାନାକୁ ଡ଼ଙ୍ଗରମୁଣ୍ଡା ଗ୍ରାମର ଗଙ୍ଗାଧର ଭୋଇ ନାମକ ଜୈନିକ ବ୍ୟକ୍ତି ମେଡିକାଲ କାମ ଯାଇଥିଲେ। ଏହି ସମୟରେ ଗଙ୍ଗାଧର ନିଜ ବାଇକ ନଂ ଓଡି ୦୩ ଜି ୮୫୮୪ ଡାକ୍ତରଖାନା ପରିସରରେ ରଖିଥିଲେ। ଏହି ସମୟରେ ଅଭିଯୁକ୍ତ ସତ୍ୟ ବାଇକ ଚୋରୀ କରି ନେଇ ଯାଇଥିଲା। ଏହାପରେ ଗଙ୍ଗାଧର ବାଇକକୁ ଖୋଜା ଖୋଜି କଲା ପରେ ନ ମିଳିବାରୁ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଉକ୍ତ ଅଭିଯୁକ୍ତ ଜଣକ ଶିଶକେଲା ପଞ୍ଚାୟତ ଘଣ୍ଟବାହାଲି କ୍ଳବ ବେଣ୍ଟ ବାଜା ସାମଗ୍ରୀ ଚୋରୀ ଓ ମହଗାଁ ଠାରୁ ୧୦ ଗୋଟି ଛେଳି ଚୋରୀ ଘଟଣାରେ ମଧ୍ୟ ସାମିଲ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ତଦନ୍ତ କରୁଛନ୍ତି।