ସଇଁତଲା ବ୍ଲକର ୬ ଜଣ ପିଇଓଙ୍କୁ ଅଦଳ ଅଦଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ ଅଧୀନରେ ଥିବା ୬ ଜଣ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଦୀର୍ଘ ବର୍ଷ ପରେ ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ ପଞ୍ଚାୟତମାନଙ୍କୁ ଅଦଳ ବଦଳ କରିଥିବା ଜଣାପଡିଛି l ପ୍ରକାଶ ଯେ, ଏହି ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରୁ ପିଇଓ ମାନେ ଦୀର୍ଘ ୪/୫ ବର୍ଷ ଧରି ଗୋଟିଏ ପଞ୍ଚାୟତମାନଙ୍କ ରହି ଆସୁଥିବା ବେଳେ ବାରମ୍ବାର ତାଙ୍କ ବିରୋଧ ଅଭିଯୋଗମାନ ହେବା ପାଇଁ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବ୍ଲକ ଚିଠି ନଂ ୧୬୯୦, ତାରିଖ ୧୨/୦୭/୨୦୨୩ ଅନୁସାରେ ୬ ଜଣ ପିଇଓମାନଙ୍କୁ ବ୍ଲକର ବିଭିନ୍ନ ପଂଚାୟତମାନଙ୍କୁ ବିଡ଼ିଓ ଚନ୍ଦ୍ରମଣି ନାଗ ଅଦଳ ବଦଳ କରିଛନ୍ତି l ଏଥିରେ ଜୁରାବନ୍ଦ, ଟିକ୍ରାପଡା ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦାୟିତ୍ୱରେ ଥିବା ସଞ୍ଜୟ ମହାନନ୍ଦଙ୍କୁ ବର୍ତମାନ ସଇଁତଲା ଓ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦାୟିତ୍ୱ ମିଳିଥିବା ବେଳେ ରହିମ ପ୍ରଧାନ ପୂର୍ବରୁ ଆମ୍ବପାଲି, କୁମ୍ଭାରୀ, ତାଳବାହାଲରେ ରହିଥିବା ବେଳେ ଏବେ କୁମ୍ଭାରୀ, ତାଳବାହାଲ ଓ ଡୁଙ୍ଗୁରିପାଲି ମିଳିଛି l ପିଇଓ କୁଞ୍ଜବିହାରୀ ପଟେଲ ଧରବଗଡ଼ ଗୋଟିଏ ପଞ୍ଚାୟତ ରହିଥିବା ବେଳେ ମିଳିଛି ଏବେ ଟିକ୍ରାପଡା ଓ ଧରବଗଡ଼ l ସେହିପରି ସତ୍ୟପ୍ରିୟ ସାହୁ ଡୁଙ୍ଗୁରିପାଲି ଓ ଭଦ୍ରାରେ ରହିଥିବା ବେଳେ ଏବେ ମାତ୍ର ଭଦ୍ରା ଦାୟିତ୍ୱ ଦିଆଯାଇଛି l ଖଗେଶ୍ୱର କମ୍ପ ସଇଁତଲା ଓ ବିବିନାରେ ଦୀର୍ଘ ବର୍ଷ ଧରି ରହିଥିବା ବେଳେ ଏବେ ବୁଢ଼ାବାହାଲ, ବିବିନା ଓ ଆମ୍ବପାଲି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସେହିପରି ପିଇଓ  ରୁଦ୍ରଧର ବାଗ ପୂର୍ବରୁ ବୁଢ଼ାବାହାଲ, କେରମେଲି ଦାୟିତ୍ୱରେ ଥିବାବେଳେ ଏବେ ଜୁରାବନ୍ଦ ଓ କେରମେଲି ପଞ୍ଚାୟତଙ୍କୁ ବଦଳି ହୋଇଥିବା ଜଣାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.