ଚାଷଜମି ପାଖରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ସ୍ଥିତ ଯାନୀ ପଡା ଚାଷ ଜମି ଠାରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ସଇଁତଲା ପୋଲିସ ଶବ ଉଦ୍ଧାର କରିଥିବା ଖବର ମିଳିଛି । ଯାନୀପଡା କିଛି ମହିଳା ଚାଷଜମିକୁ ଯାଇଥିବା ସମୟରେ ଏକ ଅଜଣା ବ୍ୟକ୍ତି ପଳାସ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ତୁରନ୍ତ ଫାଣ୍ଡିକୁ ଜଣାଇଥିଲେ । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତାଙ୍କର ବୟସ ପାଖାପାଖି ୬୦/୭୦ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର , ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ଏସଆଇ ସଂଗୀତା ବେକ, ଏଏସଆଇ ଥବିର ମହାରଣା , ଅରକ୍ଷିତ ନାୟକ, ବେଲଗାଁ କନେଷ୍ଟବଳ ହେମନ୍ତ ସାହୁ ଓ ପ୍ରମୋଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ପଠାଇଥିବା ସୂଚନା ଦେଇଛନ୍ତି l ଏଥିରେ ଥାନା କେଶ ନଂ ୦୪/୨୩ ଏକ ମାମଲା ରୁଜୁ କରି ଥାନା ଏଏସଆଇ ଅରକ୍ଷିତ ନାୟକ ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ଜଣାପଡୁ ନ ଥିବାବେଳେ  ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ସୂଚନା ଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.