ରାହୁଲଙ୍କ ପାଦରେ ପାଦ ମିଶାଇବ ବିଜେପି!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅନ୍ୟତମ ପ୍ରମୁଖ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ବିଜେପି ନିଜର ସ୍ଥିତି ଦୃଢ଼ କରିବାକୁ ବଡ଼ ଯୋଜନା କରିଛି। ଏକମାତ୍ର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ହାରିଯିବା ପରେ ଏବେ ଦକ୍ଷିଣରେ ନିଜର ସ୍ଥିତିକୁ ଜାହିର କରିବାକୁ ଦଳ ଯୋଜନା କରୁଛି। ସେଥିପାଇଁ ତାମିଲନାଡୁରେ ଦଳ ରାଜ୍ୟବ୍ୟାପୀ ପଦଯାତ୍ରା କରିବାକୁ ଯୋଜନା କରିଛି। ଚଳିତ ମାସ ୨୮ ତାରିଖରୁ ଏହି ପଦଯାତ୍ରା ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ନେତୃତ୍ୱରେ ଆରମ୍ଭ ହେବ।ବିଜେପି ନିଜର ଏହି ପଦଯାତ୍ରାରେ ଅନ୍ୟତମ ସହଯୋଗୀ ଦଳ ଏଆଇଏଡିଏମକେକୁ ସାମିଲ କରିବାକୁ ଯୋଜନା କରିଛି। ବିଜେପି ରାମେଶ୍ୱରମରୁ ଚେନ୍ନାଇ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁଥିରେ ଦଳ ୬ ମାସରେ ୩୯ ଟି ଲୋକସଭା କ୍ଷେତ୍ରକୁ ପଦଯାତ୍ରା ଦ୍ୱାରା କଭର କରିବ।

Omkar Vasthu
Omkar Vasthu

ପଦଯାତ୍ରା ଉଦଘାଟନରେ ଦଳ ଏଆଇଏଡିଏମକେ ସାଧାରଣ ସମ୍ପାଦକ କେ ପଲାନିସ୍ୱାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ, ତାମିଲ ମାନିଲା କଂଗ୍ରେସ ନେତା ଜି କେ ଭାସନ ଏବଂ ଅନ୍ୟ ସହଯୋଗୀଙ୍କୁ ନିମନ୍ତ୍ରଣ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପଦଯାତ୍ରା ଉଦଘାଟନ କରିବେ। ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦଯାତ୍ରାରେ ସହଯୋଗୀ ଦଳଙ୍କ ସହ ମିଶି ଏକତାର ଚିତ୍ର ଦେଖେଇବାକୁ ଦଳ ଯୋଜନା କରିଛି।

Pearl dental clinic
Near Ashish Medical Store, Bhawanipatna

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଦକ୍ଷିଣ ରାଜ୍ୟଗୁଡିକରୁ କିଭଳି ଅଧିକ ସିଟ ଜିତିହେବ ସେ ନେଇ ଯୋଜନା କରୁଛି ଦଳ। ଏପରିକି ସହଯୋଗୀ ଏଆଇଏଡିଏମକେ ସହ ବିଜେପିର ସ୍ଥାନୀୟ ନେତାମାନଙ୍କର କଥା କଟାକଟି ହେଉଥିବା ଦେଖିବାକୁ ମିଳେ। ତେଣୁ ନିର୍ବାଚନ ପୁର୍ବରୁ ଏ ସବୁକୁ ଶେଷ କରିବାକୁ ଦଳ ଉଦ୍ୟମ ଆରମ୍ଭ କରିଛି। ବିଜେପି ପକ୍ଷରୁ ଏହି ଯାତ୍ରା ସମସ୍ତ ୨୩୪ ବିଧାନସଭା କ୍ଷେତ୍ରକୁ କଭର କରିବ। ପଦଯାତ୍ରାରେ ଦଳୀୟ ନେତା ଓ କର୍ମୀ ରାସ୍ତାରେ ଚାଲିବା ବେଳେ ବିଭିନ୍ନ ସ୍ଥାନରେ ସଭା କରାଯିବ। ମନ୍ଦିରର ସହର କୁହାଯାଉଥିବା ରାମେଶ୍ୱରମରୁ ଯାତ୍ରା ଆରମ୍ଭ ହେବ। ଦେଶର ଲକ୍ଷ ଲକ୍ଷ ହିନ୍ଦୁ ଯାତ୍ରୀଙ୍କୁ ସେଠାରେ ଦେଖିବାକୁ ମିଳୁଥିବାରୁ ସେଠାରୁ ହିଁ ଦଳ ଯାତ୍ରା ଆରମ୍ଭ କରିବ।

Udyog Nursery
Udyogi Nursery

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀର ପର୍ଯ୍ୟନ୍ତ ଯାଇଥିଲା। ଯାହାକି ଦଳ ପାଇଁ ସଂଜୀବନି ସଦୃଶ ହୋଇଥିବା କୁହାଯିବା ସହ କର୍ଣ୍ଣାଟକରେ ଦଳ ସଫଳତା ପାଇଥିଲା। ତେଣୁ ବିଜେପି ମଧ୍ୟ ସେଭଳି ଢାଞ୍ଚାରେ କିଛି କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଯେଉଁ ପ୍ରସଙ୍ଗକୁ ନେଇ ସାରା ଦେଶର ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇଉଠିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.