ନିର୍ଯ୍ୟାତନା ସହି ନପାରି କୂଳବଧୁଙ୍କ ଆତ୍ମହତ୍ୟା ଘଟଣା; ୪ ମାସ ପରେ ଅଭିଯୁକ ଶାଶୁ ଓ ଶ୍ୱଶୁରଙ୍କୁ କୋର୍ଟଚାଲାଣ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ଥାନା କୁଆଁରଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା l ଜଣେ ମହିଳା ନିର୍ଯାତନା ସହି ନ ପାରି ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ l ମୃତ ମହିଳାଙ୍କ ନାମ କଳ୍ପନାମୟୀ ତ୍ରିପାଠୀ (୨୫) ସ୍ୱାମୀ ଶୁଭାଂଶୁ ଶେଖର ତ୍ରିପାଠୀ ଘର ସଇଁତଲା ଥାନା କୁଆରଗାଁ ବୋଲି ଜଣାପଡିଛି l ଏଥିରେ ଥାନା କେଶ ନଂ ୭୮/୨୩ ରେ ମାମଲା ରୁଜୁ କରି ସ୍ୱାମୀ ଶ୍ରୁଭ୍ରଂଶୁ ତ୍ରିପାଠୀଙ୍କୁ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିଲା l ଏହାପରେ ପୋଲିସ ଦୀର୍ଘ ୪ ମାସ ପରେ ପୋଲିସ ଗତ ୨୫ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଶ୍ୱଶୁର ସଚିକାନ୍ତ ତ୍ରିପାଠୀ (୬୩) ଓ ଶାଶୁ ସତ୍ୟଭାମା ତ୍ରିପାଠୀ (୫୭) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ , କୁଆରଗାଁର ସଚୀକାନ୍ତ ତ୍ରିପାଠୀଙ୍କ ପୁଅ ଶୁଭ୍ରାଂଶୁ (୩୦) ଗତ ୨୩ ଏପ୍ରିଲ ୨୦୧୮ ମସିହାରେ ବଲାଙ୍ଗୀର ସହରର ରାମେଶ୍ୱର ନଗର ସ୍ବର୍ଗତ ଗୋବିନ୍ଦ ଷଡ଼ଙ୍ଗୀଙ୍କ ଝିଅ କଳ୍ପନାମୟୀଙ୍କ ସହିତ ବିବାହ କରିଥିଲେ l ବିବାହ ପରେ ବିଭିନ୍ନ ସମୟରେ କଳ୍ପନାକୁ ଶଶୁର ଘର ଲୋକେ ବାଇକ ଓ ୧ ଲକ୍ଷ ଟଙ୍କା ଯୌତୁକ ଦାବୀ କରିବା ସହ ବାରମ୍ବାର ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ୨୦୨୦ ମସିହାରେ ସଇଁତଲା ଥାନାରେ ଅଭିଯୋଗ ପରେ ଆପୋଷ ବୁଝାମନା ହୋଇଥିଲା ବୋଲି ଝିଅର ଭାଇ ରଶ୍ମି ରଞ୍ଜନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି l ଗତ ୬ ଏପ୍ରିଲ ତାରିଖ ଘଟଣା ଦିନ ସକାଲୁ ମୃତ ମହିଳାଙ୍କ ସହ ଶାଶୁ ଶଶୁରଙ୍କ ଝଗଡା ହୋଇଥିଲା l ଏହାପରେ ଦିନ ୧୦ଟା ସମୟରେ ଶୁଭ୍ରାଂଶୁ ସଇଁତଲାକୁ ପୁଅର ଆଧାର କାର୍ଡ ଆଣିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାରୁ ସ୍ତ୍ରୀ ଗାଁ ପୋଖରୀକୁ ଗାଧୋଇ ଆସି ଘରେ କବାଟ ଦେଇ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ l ଖବର ପାଇଁ କଳ୍ପନାଙ୍କ ବାପା ଘର ଲୋକେ କୁଆରଗାଁ ରେ ପହଂଚି ପାରିପାଶ୍ୱିକ ସ୍ଥିତିକୁ ଦେଖି କଳ୍ପନାକୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ସଇଁତଲା ପୋଲିସ ଠାରେ ଲିଖିତ ଅଭିଯୋଗ କରିଛନ୍ତି l ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ଏସଆଇ ସଂଗୀତା ବେକ ଘଟଣାକୁ ତଦନ୍ତ କରୁଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.