ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ନାବାଳିକା ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ପରେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେଶ ନଂ ୧୭୭/୨୩ ଅନୁସାରେ ଦଫା ୩୬୩, ୩୬୭ (୨) ii, ୩୧୩, ୩୪ ଓ ପୋସ୍କୋ ଆଇପିସିରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗୀର କୋର୍ଟକୁ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କେଶବ ମହାନନ୍ଦ (୩୪) ଘର କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଲି ଗ୍ରାମର ବୋଲି ଜଣାପଡିଛନ୍ତି l ପ୍ରକାଶ ଯେ, ବୁଢ଼ାବାହାଲ ପଞ୍ଚାୟତ ସ୍ଥିତ ଧୂମାପାଲି ଗ୍ରାମର ନାବାଳିକା ଯୁବତୀ ( ଛଦ୍ମନାମ ରାକ୍ଷୀ ୧୭ ) ଙ୍କୁ କନ୍ଧକେଲଗାଁ ପଞ୍ଚାୟତର କେଶବ ମହାନନ୍ଦ ତାର ବାପା ଓ ମାଆ ଆସି ତୁମକୁ ବୋହୁ କରିବୁ କହି ଗତ ୨୩ ମାର୍ଚ୍ଚ ୨୦୨୩ ରେ ଘରକୁ ନେଇଥିଲେ l ଏହାପରେ ରାକ୍ଷୀ କୁ ଧରି କେଶବ ରାଉରକେଲା କୁ ନେଇଥିଲା l ସେଠାରେ ଦୀର୍ଘ ୧୦ ଦିନ ରଖି ପୁଣି ଗାଁ କୁ ଫେରିଥିଲା l ଏଥିରେ ରାକ୍ଷୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ କୋଣସି କାମ ଜାଣିଲି କହି ତାକୁ କେଶବ ମାଡ ମାରିବା ସହ ନିର୍ଯ୍ୟାତନା ଦେଇ ଆସୁଥିଲା ବୋଲି ପୀଡିତା ନାବାଳିକା ଜଣକ ଗତ ୨୪ ତାରିଖ ଦିନ ସଇଁତଲା ଥାନାରେ ଲିଖିତ ଏତଲାରେ ଉଲ୍ଲେଖ କରିଛି l ଏହାକୁ ଭିତ୍ତି କରି ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଙ୍କ ତତ୍ତ୍ୱବଧାନରେ ପିଏସଆଇ କାଜଲ ବାଗ ଘଟଣାର ତଦନ୍ତ କରି ଉଭୟ ଙ୍କୁ ଡାକ୍ତରୀମାଇନା କରି ଅଭିଯୁକ୍ତ କେଶବଙ୍କୁ ବଲାଙ୍ଗୀର କୋର୍ଟକୁ ଚାଲାଣ କରିଥିଲେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି l