ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ ଜେନାଙ୍କ ସମେତ ସମସ୍ତ କର୍ମଚାରୀ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷା ରିତାରାଣୀ ପୂଜାରୀ, ଅଧ୍ୟାପକ ଦୁଃଖିଶ୍ୟମ ମେହେର, ପୂର୍ଣ୍ଣିମା ମିଶ୍ର ଯୋଗ ଦେଇ ଯୁବ ପୀଢ଼ି ସୁରକ୍ଷିତ ରହିଲେ ସମାଜ ସୁରକ୍ଷା ହେବ ଓ ଏକ ନୂଆ ଓଡିଶା ଗଠନ ହୋଇ ପାରିବ ବୋଲି ସଡକ ସୁରକ୍ଷା ଉପରେ ଛାତ୍ରୀଙ୍କୁ ସଚେତନ କରିଥଲେ। ନୂଆ ଓଡିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର ସଞ୍ଜୁରାଣୀ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ରାଜରାସ୍ତା ରେ ସାଧାରଣ ଜନତା ଓ ବାଇକ ଆରୋହୀଙ୍କୁ ଅଭିନବ ଢଙ୍ଗରେ ସଡ଼କ ସୁରକ୍ଷା ଉପରେ ସଚେତନ କରିଥିଲେ। ଅଧ୍ୟାପକ କ୍ଷୀରୋଦ ମେହେର, ସଞ୍ଜୀବ ହୋତା, ସୁଦାମ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ମଦନ ପଣ୍ଡା, ଅଧ୍ୟାପିକା ମିତାଶ୍ରି ବାରିକ, ଚେରବୁଇ ହୋତା, ସଂଜିତା ମିଶ୍ର, ପିଇଟି ସଲିଳ ବେହେରା, ହରିଓଁ କୁଶଳ, କୁନି ନାଗ ପ୍ରମୁଖ ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଏଥିରେ ଯୋଗ ଦେଇ ସହଯୋଗ କରିଥଲେ।