ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ନ୍ୟୁ ରେଡ ଷ୍ଟାର ସ୍ପୋର୍ଟସ କ୍ଲବ ଜୁନାଗଡ ପକ୍ଷରୁ ଷ୍ଟେଟ ଲେଭେଲ ଜୁନାଗଡ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଜୁନାଗଡ ନ.ଏ.ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ଷ୍ଟେଟ ଲେବେଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩୧ତମ ଚନ୍ଦୁ ସାହାଣୀ ମେମୋରିଆଲ ନାମରେ ସୁପରିଚିତ। ଏଠାରେ ଓଡ଼ିଶାର ବିଭିନ୍ନ ସ୍ଥାନର କ୍ରିକେଟ ଟିମ୍ ମାନେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ମ୍ୟାଚ ବଲାଙ୍ଗୀର ଏବଂ ଜୟପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏ ଷ୍ଟେଟ ଲେଭେଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୬ ଡିସେମ୍ବର ଯାଏ ଚାଲିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍ ୨୭/୧୨/୨୦୧୩ ରେ ଅନୁଷ୍ଠିତ ହେବ। ଜୁନାଗଡ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନ୍ୟାନ୍ୟ ଟିମ୍ ଜୁନାଗଡ -ଏ ଓ ଜୁନାଗଡ -ବି, ଭବାନୀପାଟଣା, ବରଗଡ, ପାଟଣାଗଡ, ନବରଙ୍ଗପୂର୍, ସମ୍ବଲପୁର, ଟିଟଲାଗଡ ଏବଂ ବଲାଙ୍ଗୀରର ଟିମ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଖେଳିବେ। ନିତିଶ ମହାପାତ୍ର, ସତିଶ ପ୍ରଧାନ ଏବଂ ସନ୍ତୋଷ ପୃଷ୍ଟି ମ୍ୟାଚର କମେଣ୍ଟ୍ରି କରିଥିଲେ।