ହାତିବନ୍ଧା ଶିଶୁମନ୍ଦିରରେ ମାତୃପିତୃ ପୂଜନ ସମାରୋହ 

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ଯୋଜନା ଅନୁସାରେ ମାତୃପିତୃ ପୂଜନ ସମାରୋହ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଖଗେଶ୍ୱର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିନାପାଲି ଜୋନ ନଂ ୧୪ ଜିଲାପରିଷଦ ସଦସ୍ୟା ଆଶା ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଗଣପତି ବାଗ ଯୋଗଦାନ କରି ମାତୃପିତୃ ପୂଜନ ନେଇ ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ପରିଚାଳନା କମିଟିର ସମ୍ପାଦକ ସୁରେଶ ଚନ୍ଦ୍ର ମେହେର, କୋଷାଧ୍ୟକ୍ଷ ଡୋଲାମଣି ମେହେର ମଞ୍ଚଆସିନ ଥିଲେ। ବରିଷ୍ଠ ଆଚାର୍ଯ୍ୟ ହିମାଂଶୁ ହଂସ ଅତିଥୀଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚଆସିନ ଅତିଥିଙ୍କ କର କମଲରେ ଦୀପ ପ୍ରଜ୍ବଳନ କରି ଦେବ ପୂଜନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ସମ୍ପାଦକ ଶ୍ରୀମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମାତୃପିତୃ ଙ୍କୁ ଛାତ୍ରଛାତ୍ରୀ ମାନେ ଦୀପ ଜାଳି, ଫୁଲ ଚନ୍ଦନ ଲଗାଇ ପୁଜା ଅର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ନିଜନିଜ ଶିଶୁ ମାନଙ୍କୁ ଅବିଭାବକ ମାନେ ଅକ୍ଷତ ଫୁଲପୁଷ୍ପ ଦେଇ ଆଶୀର୍ବାଦ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ ପୂଜନ କାର୍ଯ୍ୟକ୍ରମରେ ନେତ୍ରାନନ୍ଦ ଭୋଇଙ୍କ ନେତୃତ୍ୱରେ ଖଡ଼ିଆଳ ସ୍ଥିତ ମାତୃପିତୃ ପୂଜନ ଟୋଲି ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ରେ ସ୍ଥାନୀୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସମେତ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ମାତାପିତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଆଚାର୍ଯ୍ୟ ହିମାଂଶୁ ହଂସ, ନରେଶ କାଣ୍ଡ, କମଳା କାନ୍ତ ମେହେର, ଅନନ୍ତ ପଣ୍ଡା, ସୁରଜିତ ବେହେରା, କ୍ଷୀରୋଦ ମେହେର, ବିଶ୍ୱରଂଜନ ଦାସ, ପଦୁଫୁଲ ମେହେର, ଉଆଁସୀ ମେହେର, ଟିକେମଣି ମେହେର, ମମତା ମେହେର, ଆଶା ମେହେର, ଚନ୍ଦ୍ରକାନ୍ତି ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସୁରେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ନେଇ ଅବିଭାବକ ମହଲରେ ବେଶ ଆନନ୍ଦ ଉଲ୍ଲାସର ମହୋଲ ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.