ସୁନାମୁଖି ଶାନ୍ତିବନ ମହଗାଁରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତର ମହଗାଁ ସ୍ଥିତ ସୁନାମୁଖୀ ଶାନ୍ତିବନଠାରେ ସମ୍ବାଦ ଆମ ଓଡିଶା, ସୁନାମୁଖୀ ଶାନ୍ତିବନ ମହଗାଁ ଓ ଆଦିବାସୀ ସଂଘ କେସିଙ୍ଗା ବ୍ଲକର ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କେଲା ସମ୍ବାଦ ପ୍ରତିନିଧି ଲକ୍ଷ୍ମଣ ବାଗ (ଲିପୁ) ଓ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାନେତ୍ରୀ ଲଳିତା ନାଏକ, ସହକାରୀ ଜିଲ୍ଲାପାଳ କଳାହାଣ୍ଡି ଧିରୋଜ କୁମାର ପଟ୍ଟନାୟକ, ଗୋକୁଳେଶ୍ୱର ସରପଞ୍ଚ କେଶୁଲାଲ ତାଣ୍ଡି, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ ଏବଂ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ୩୬ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମକୁ ଭବାନୀପାଟଣା ବ୍ଲଡ଼ବ୍ୟାଙ୍କର ଡ଼ା. ସମ୍ୟକାନ୍ତ ସୁତା, ଡମ୍ବରୁଧର ସାହୁ, ଅଜିତ କୁମାର ନାଏକ, ଗିରୀଶ ନାଏକ ପ୍ରମୁଖ ପରିଚାଳନା କରିଥିଲେ। ରକ୍ତଦାନ କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଗୋକୁଳେଶ୍ୱର  ସରପଞ୍ଚ କେଶୁଲାଲ ତାଣ୍ଡି, ପାଷ୍ଟିକୁଡି ଜିମ ମେନେଜର ସୀମାନ ଶବର ଓ ସରିଆଁ ଗ୍ରାମର ମିଲନ ଭୋଇ ସହଯୋଗ କରିଥିଲେ। ଆଗରୁ କେବଳ ସହରାଞ୍ଚଳର ଲୋକେ ରକ୍ତଦାନ କରୁଥିବା ବେଳେ ବର୍ତ୍ତମାନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ମଧ୍ୟ ସଚେତନ ହେବା ସହ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ନେଇ ସମ୍ବାଦ ଓ ସୁନାମୁଖୀ ଶାନ୍ତିବନ ମହଗାଁ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.