ଧାନ ଚୋରାଚାଲାଣକୁ ରୋକିବା ନେଇ ସକ୍ରିୟ ରହିଛି ଯୋଗାଣ ବିଭାଗ: ଦୁଇଟି ଗାଡି ସହ ୬୦.୦୭ କୁଇଣ୍ଟାଲ ଧାନ ଜବତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧାନ ଚୋରାଚାଲାଣ ରୋକିବା ପାଇଁ କଳାହାଣ୍ଡି ଯୋଗାଣ ବିଭାଗ ପକ୍ଷରୁ ଯୋରଦାର ଧରପଗଡ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ୩ଦିନ ମଧ୍ୟରେ ଚଢ଼ାଉ କରି ବ୍ୟାପକ ଧାନ ଜବତ୍ ହୋଇସାରିଛି। ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ ଦାସଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ରବିବାର କଳାହାଣ୍ଡି ଜିଲ୍ଲାରୁ ଛତିଶଗଡ଼କୁ ବେଆଇନ ଧାନ ଚୋରାଚାଲାଣ ହେଉଥିବାବେଳେ ପୃଥକ୍ ପୃଥକ୍ ଚଢ଼ାଉ କରି ବିଭାଗ ପକ୍ଷରୁ ୨ଟି ଗାଡ଼ି ସହ ୬୦.୦୭ କୁଇଣ୍ଟାଲ ଧାନ ଜବତ୍ ହୋଇଛି। ବେହେରାଗୁଡାରୁ ଏକ ପିକ୍ଅପ ଛତିଶଗଡ଼ ଯାଉଥିବାବେଳେ ସେଥିରୁ ୨୪ କୁଇଣ୍ଟାଲ ଧାନ ଓ ଧର୍ମଗଡ଼ରୁ ଛତିଶଗଡ଼ ଯାଉଥିବା ୪୦୭ ଗାଡ଼ିରୁ ୩୬.୦୭ କୁଇଣ୍ଟାଲ ଧାନ ଜବତ୍ କରାଇଛି। ଏବଂ ଜବତ୍ ଧାନକୁ ଧର୍ମଗଡ଼ ଭଣ୍ଡାରଘରଣୀ ରାଇସ୍ ମିଲରେ ଜିମା ଦିଆଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟିମରେ ସିଏ୍ଓ ଶ୍ରୀଦାସଙ୍କ ସହ ଏସିଏସଓ ଦୁର୍ଗା ପ୍ରସାଦ ମାଝୀ, କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରସାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.