ତାରା ତାରିଣୀ ମନ୍ଦିରର ଦୀପ ଘରେ ପୁଣି ଲାଗିଲା ନିଆଁ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରା ତାରିଣୀ ମନ୍ଦିରର ଦୀପ ଘରେ ପୁଣି ନିଆଁ ଲାଗିଛି । ଏହା ହେଉଛି ଏହି ବର୍ଷର ଘଟଣା, ଏହା ପୂର୍ବରୁ ପ୍ରତି ଦୁଈ ବର୍ଷ ହେଲା ମହାଷ୍ଟମୀ ସମୟରେ ନିଆଁ ଲାଗି ସବୁ ପୋଡି ଯାଇଥିଲା ବେଳେ ଗତବର୍ଷ ଦୀପ ନିଆଁରେ ପୋଡି ହୋଇ ଜାଣେ ସେବାୟତ ଆହାତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହୋଇଥିଲେ | ଏହି ଦୀପ ଘରେ ନିଆଁ ଲାଗିବାର ମୁଖ୍ୟ କାରଣ ବହୁ ବଡ଼ ଦୀପ ଜଡ଼ା ତେଲରେ ଲଗା ଯାଉଛି ଏବଂ ଶସ୍ତା ଘିଅ ଯାହାକି ମୋବିଲରେ ତିଆରି ହେଉଛି ସେହି ଘିଅ ଗୁଡ଼ିକ ଦୀପ ସହିତ ତାର ତଳେ ମଧ୍ୟ ଜଳୁ ଥିବାରୁ ଏପରି ଘଟଣା ଘଟୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି | ଏହା ସହ ଦୀପ ଘର ଉତ୍ତମ ଶୈଳୀରେ ନିର୍ମିତ ହୋଉ ନଥିବାରୁ ଏବଂ କିଛି ସେବାୟତଙ୍କ ଖାମ ଖିଆଲି ଯୋଗୁଁ ଏପରି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି | ତେବେ ଗତ କାକି ସଂକ୍ରାନ୍ତି ଥିବାରୁ ଏହିପରି ଜଡ଼ା ଦୀପ ଓ ଶସ୍ତା ଘିଅର ଦୀପ ଲାଗି ଏପରି ଘଟି ଥିବାର କିଛି ପ୍ରତ୍ୟକ୍ଷ ଯାତ୍ରୀ କହିଛନ୍ତି | ତେବେ ଫାୟାର ବିଭାଗ ଖବର ପାଇ ତତକ୍ଷଣାତ ପାହାଡ଼ ଉପରେ ପହଞ୍ଚି ନିଆଁ ଲିଭେଇବା ସହିତ ପାଖରେ ଥିବା ମନ୍ଦିରର ଅଫିସର ବହୁ ଜିନିଷ ପୋଡି ଯିବାରୁ ରକ୍ଷା କରିଥିଲେ | ଏହା ଉପରେ ଆଜି ଭିକେ ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ, ଜିଲ୍ଲପାଳ ଦିବ୍ୟ ଜ୍ୟୋତି ପରିଡା ଓ ଏସପି ଜଗମୋହନ ମିନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ବିଷୟ ଶୁଣିଛନ୍ତି, ଆଗାମୀ ଦିନରେ ପୁରୀ ଶ୍ରୀମନ୍ଦିରରେ ଯେପରି ଶୁଦ୍ଧ ଘିଅରେ ଦୀପ ଲଗା ଯାଉଛି, ସେପରି କରାଯିବ ଓ ସ୍ଥାୟୀ ଦୀପ ଘରର ମଧ୍ୟ ବ୍ୟବସ୍ତା କରାଯିବ ବୋଲି କହିବା ସହିତ ଫାୟାର ବିଭାଗ ଦ୍ୱାରା କିପରି ସୁରକ୍ଷିତ ଦୀପ ଲଗା ଯାଇ ପାରିବ ତା’ଉପରେ ଏକ ସଚେତନତା କର୍ମଶାଳା କରାଯିବ ବୋଲି କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.