ରାୟଗଡା ରେଳ ଷ୍ଟେସନରେ ଟ୍ରେନରେ କଟି ଜଣଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନରେ କଟି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାୟଗଡା ସହର ଗାନ୍ଧିନଗର ତୃତୀୟ ଗଳିରେ ରହୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ବି. ହରିଶଙ୍କର ରାଓ। ସେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନରେ ରୋଷେୟାଙ୍କୁ ସାହାଯ୍ୟ କରିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ମୃତ ହରିଶଙ୍କର ଗତକାଲି ନିଜ ବ୍ୟକ୍ତିଗତ କାମକୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଯାଇଥିଲେ। ସେଠାରୁ ସେ ବିଜୟନଗରମକୁ ଆସି ଅପରାହ୍ନରେ ରାୟଗଡାକୁ ଫେରିବା ପାଇଁ ବିଜୟନଗରମ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ଟ୍ରେନ ନମ୍ବର ୨୦୮୧୯- ପୁରୀ-ଓଖା ଦ୍ୱାରିକା ସୁପରଫାଷ୍ଟ ଏକ୍ସପ୍ରେସରେ ହରିଶଙ୍କର ରାୟଗଡା ଫେରୁଥିଲେ। ତେବେ ଉକ୍ତ ସୁପରଫାଷ୍ଟ ଟ୍ରେନଟିର ରୁଟ ପରିବର୍ତ୍ତନ କରାଯାଇଥିବାରୁ ରାୟଗଡା ରେଳ ଷ୍ଟେସନରେ ଟ୍ରେନଟିର ରହଣି ନ ଥିବା ବିଷୟରେ ସେ ଜାଣିପାରି ନ ଥିଲେ। ରାୟଗଡା ରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଟ୍ରେନଟି ଅତିକ୍ରମ କରୁଥିବା ବେଳେ ହରିଶଙ୍କର ଓଲ୍ହାଇବାକୁ ଚେଷ୍ଟା କରି ଅସାବଧାନତା ହେତୁ ଟ୍ରେନ ଚକା ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ହିଁ ହରିଶଙ୍କରଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ଆରପିଏଫ ଓ ଜିଆରପି ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମୃତ ହରିଶଙ୍କରଙ୍କ ପୋଷାକରୁ ପରିଚୟ ପତ୍ର ମିଳିବାରୁ ସେ ଚିହ୍ନଟ ହୋଇପାରିଥିଲେ। ସନ୍ଧ୍ୟାରେ ଚଳନ୍ତା ଟ୍ରେନରୁ ଓଲ୍ହାଇବା ବେଳେ ଅସାବଧାନତା ହେତୁ ହରିଶଙ୍କର ଟ୍ରେନ ତଳେ ପଡିଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ରେଳବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି।ମୃତ ହରିଶଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ଜିଲ୍ଲା ପୋଲିସ ବିଭାଗରେ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଜଣେ ମେଳାପୀ ଓ ମିଷ୍ଟଭାସି ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ବିଷୟ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.