ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ଜାତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ-୨୦୦୪ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ନେଫ୍ରୋଲୋଜିକାଲ କେୟାର ସୋସାଇଟି ଓ ଉତ୍କଳ ହସ୍ପିଟାଲ ସହଯୋଗରେ ଦ୍ଵିତୀୟ ନେଫ୍ରୋଲୋଜିକାଲ କେୟାର ରିଭିୟୁ କୋର୍ସ-୨୦୦୪ ଭୁବନେଶ୍ବର ସ୍ଥିତ ହୋଟେଲ ସୁର୍ୟାନ୍ଶ ରେ ଜାନୁୟାରୀ ୧୩ ଏବଂ ୧୪ ଦୁଇ ଦିନ ଧରି ଅନୁଷ୍ଠିତ ହେଉଅଛି। ଆଇସିୟୁରେ ପ୍ରାୟ ୭୦% ରୋଗୀଙ୍କର କିଡନୀ ଫେଲିୟୋର ହୁଏ, ଯାହାକୁ କି ଆକ୍କ୍ଯୁଟ କିଡନୀ ଇଞ୍ଜୁରୀ ବୋଲି କୁହାଯାଏ। ଏହି କ୍ଷେତ୍ରରେ ବୃକକ ବିଭାଗ ଓ କ୍ରିଟିକାଲ କେୟାରର ମିଳିତ ଉଦ୍ୟମରେ ରୋଗୀ ମାନଙ୍କର ଚିକିତ୍ସା କରାଯାଇଥାଏ। ତେଣୁ ଏହି ବର୍ଷର ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଏହି ଦୁଇ ବିଭାଗର ମିଳିତ ସହଯୋଗରେ ଚିକିତ୍ସାକୁ ଆହୁରି ସୁଗମ ଏବଂ ଉନ୍ନତ କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଅଟେ।

ଏହି କର୍ମଶାଳାରେ କ୍ରିଟିକାଲ କେୟାର ଏବଂ ନେଫ୍ରୋଲୋଜି କେୟାର ବିଭାଗର, ସମଗ୍ର ଦେଶରୁ ୧୫୦ ଜଣ ଡାକ୍ତର ଅଂଶ ଗ୍ରହଣ କରିଛନ୍ତି। ଅର୍ଗାନାଇଜିଙ୍ଗ କମିଟିର ସଭାପତି ଡକ୍ଟର ବିଶ୍ଵ ବିକାଶ ମହାନ୍ତି, ସେକ୍ରେଟାରୀ ଡକ୍ଟର ଲଲାଟ ବରୁଣ ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍କଳ ହସ୍ପିଟାଲର ଡିନ ଡକ୍ଟର ପ୍ରଫୁଲ୍ଲ କୁମାର ଦାସ, ମାନେଜିଙ୍ଗ ଡ଼ିରେକ୍ଟର ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ମେଡିକାଲ ଡିରେକ୍ଟର ଡକ୍ଟର ରଞ୍ଜନ କୁମାର ମହାପାତ୍ର ଉଦ୍ଘାଟନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.