ଟିପିଏଲ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉପଯାପିତ

ସୁପର କିଙ୍ଗସକୁ ହରାଇ ରୋଡ ରାଇଡର ଟିମ୍ ଚାମ୍ପିଆନ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କୋଲନରା ବ୍ଳକ ଥେରୁବାଲି ଡିପି କ୍ୟାମ୍ପ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଥେରୁବାଲି ପ୍ରାଇମର୍ ଲିଗ (ଟିପିଏଲ)-୩ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମ ତଥା ଫାଇନାଲ ମ୍ୟାଚର ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବାନାଗାଡି ତିରୁପତି, ଇମ୍ଫା ଲୋକ ସମ୍ପର୍କ ବରିଷ୍ଠ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀଙ୍କ ସହ ଅନ୍ୟ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ସହ ୫୦ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଥିବା ବେଳେ ରନର୍ସ ଅପ୍ ଦଳକୁ ୪୦ହଜାର ଟଙ୍କା ଆର୍ଥିକ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି କ୍ରିକେଟ୍ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ ବି.ରୋଡ ରାଇଡର ଓ ଜେ.ସୁପର କିଙ୍ଗସ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଂଟରେ ସର୍ବାଧିକ ୨୭ଟି ଛକା ସହ ୨୬୭ରନ୍ କରିଥିବା ଖେଳାଳୀ କେଶବ ହିକକାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଥିବା ବେଳେ ସର୍ବାଧିକ ୨୨ଟି ୱିକେଟ ନେଇଥିବା ଖେଳାଳୀ ମୋନଜ ଲଙ୍କାଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା। ଟୁର୍ଣ୍ଣାମେଂଟରେ ସମୁଦାୟ ୨୬ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟିପିଏଲ -୩ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆୟୋଜକ ସଂଗଠନର ସଭାପତି ଅଶୋକ ହିକକା, ଉପସଭାପତି ଅନୁପ କୁମାର ବିଶ୍ୱାସ, ସଂପାଦକ ଜଗଦୀଶ ମହାପାତ୍ରଙ୍କ ତତ୍ୱାବଧାନରେ ସଦସ୍ୟ କେଶବ କରକରିଆ, ଡମ୍ବୁରୁ ଅଟକା, ଜିତୁ ଅଟକା, ନାରିଆ ହୁଇକାଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ପିଂଟୁ ହିକକା ଓ ପୂର୍ଣ୍ଣ ଅଟକା ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଟୁର୍ଣ୍ଣାମେଂଟରେ ସତାର ପାଢୀ, ବିଜୟ ମେଲେକା ଓ ନାରାୟଣ ହିକକା ଘୋଷକ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.