ଗରଗାବରେ ଶ୍ୟାମାକାଳୀ ପୂଜା : ମାଁଙ୍କ ଆଶିଷ ଭିକ୍ଷା କଲେ ହଜାର ହଜାର ଜନତା

ଜୁନାଗଡ/ଗୋଳାମୁଣ୍ଡା,୩୧/୧୦ (ରାକେଶ ବେମାଲ) : ଶକ୍ତି ପୂଜନ ଧାରାରେ ମହାମାୟା କାଳୀ ଏକ ବିଶିଷ୍ଟ ଦେବୀର ଆସନ ଅଳଂକୃତ କରିଛନ୍ତି । ଦେବୀ କାଳୀ ଦୂଷ୍ଟଙ୍କ ପାଇଁ ସଂହାରକାରିଣୀ ମୂର୍ତ୍ତି ହୋଇଥିବାବେଳେ ଭକ୍ତ ଜନଙ୍କ ପାଇଁ ଅଭୟପ୍ରଦା ବାତ୍ସଲ୍ୟ ପ୍ରେମର ଅନନ୍ୟ ପ୍ରତୀକ ଭାବେ ଆରାଧିତା ହୋଇଥାନ୍ତି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଗରଗାବ ଗାଁ ବଜାର ପଡିଆ ଠାରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଞ୍ଚଦିନ ଧରି ଆୟୋଜିତ ଏହି ପୂଜାରେ ଶାସ୍ତ୍ରୀୟ ବିଧି ଅନୁସାରେ ଶ୍ୟାମାକାଳୀଙ୍କୁ ଆରଧନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଚାରିଟି ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଏଥିରେ ପୂଜା କମିଟି ସଭାପତି ହେମନ୍ତ କୁମାର ସା, ସମ୍ପାଦକ  ମନୋଜ କୁମାର ସାହୁ ଓ ଏବଂ ସମସ୍ତ କର୍ମକର୍ତ୍ତା ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥାନ୍ତି । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ମନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଅନ୍ତିମ ଦିନ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ଶ୍ରୀ ଗଣେଶ ଡ୍ୟାନ୍ସ ଗ୍ରୁପ ଫଟକାମାଲ ପ୍ରଥମ ପୁରସ୍କାର ପାଇଥିଲେ । ନୃତ୍ୟ ପ୍ରତିଯୋଗିତାର ବିଚାରପତି ଭାବେ ବିଶିଷ୍ଟ ନାଟ୍ୟକାର ତଥା ନୃତ୍ୟ ନିର୍ଦ୍ଦେଶକ ପ୍ରଦୀପ ଧଙ୍ଗଡାମାଝୀ, ଜୟନ୍ତ ପଧାନ, ଚିରଞ୍ଜିବି ଭୋଇ ଥିବାବେଳେ ଚିନ୍ମୟ ଶବର ଓ ପ୍ରମୋଦ ବିଶ୍ୱାଳ କାର୍ଯ୍ୟ ସମ୍ପାଦନ କରିଥିଲେ । ଉପେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଦେବୀ ଶ୍ୟାମାକାଳୀଙ୍କ ପୂଜା ଦେଖିବାସହ ଆଶିର୍ବାଦ କାମନା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଦର୍ଶକଙ୍କ ଭିଡ ଲାଗି ରହିଥିଲା ।

Udyog Nursery
Udyogi Nursery

 

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.