ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍ ଟ୍ୟୁବ୍ ବେଶ୍ ଉପଯୋଗୀ

ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ. ପକ୍ଷରୁ ଏହାର ପେନ୍ଥା ପ୍ରକଳ୍ପର ସଫଳତା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

Omkar Vasthu
Omkar Vasthu

ଭୁବନେଶ୍ୱର,୭/୨ : ପୂର୍ବରୂ ଗରଓା୍ୱରେ ୱାଲ ରୋପ୍ ଲିଃ. ଭାବେ ଭାରତ ତଥା ବିଶ୍ୱ ବଜାରରେ ବେଶ୍ ପରିଚିତି ହାସଲ କରିଥିବା ବର୍ତ୍ତମାନର “ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ.” ପକ୍ଷରୁ ସମ୍ପ୍ରତି ଏହାର ପେନ୍ଥା ପ୍ରକଳ୍ପର ସଫଳତା ସମ୍ପର୍କରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଓଡ଼ିଶାରେ ଏହି ପ୍ରକଳ୍ପ ୨୦୧୩ ରୁ ୨୦୧୬ ମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ସମ୍ପନ୍ନ ହୋଇ ପାରିଛି । ପେନ୍ଥା ପ୍ରକଳ୍ପ ଉପକୂଳ ସୁରକ୍ଷା କ୍ଷେତ୍ରରେ ୩ସ୍ତରୀୟ ଜିଓ-ଟେକ୍ସଟାଇଲ ଉପଯୋଗ କରି ବେଶ୍ ସଫଳ ହୋଇ ପାରିଛି । ଫାଇଲିନ୍‌, ହୁଡ୍ ହୁଡ୍ ଏବଂ ଫନି ବାତ୍ୟା ସମୟରେ ଜିଓ-ଟେକ୍ସଟାଇଲ୍‌ର ବ୍ୟବହାର ଦ୍ୱାରା ଉପକୂଳ ଅଂଚଳର ସୁରକ୍ଷାକୁ ରୁଦ୍ଧିମନ୍ତ କରାଯାଇ ପାରିଛି । ଏହା ସୁନାମୀ ତଥା ଉଚ୍ଚ ଜୁଆରରୁ ଉପକୂଳକୁ ସୁରକ୍ଷିତ ରଖି ପାରିଥାଏ । ୨୦୧୯ ଏପ୍ରିଲ୍ ବାତ୍ୟା ସମୟରେ ପେନ୍ଥା ଗାଁ ତଥା ନିକଟବର୍ତୀ ଗାଁ ଗୁଡ଼ିକ ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ର ଉପଯୋଗ ଯୋଗୁ ବିଶେଷ ପ୍ରଭାବିତ ହୋଇ ନ ଥିଲା । ଏ ସମ୍ପର୍କରେ ଗରଓା୍ୱରେ ଟେକ୍ନିକାଲ ଫାଇବର ଲିମିଟେଡ ର ଜିଓ ସିନ୍ଥେଟିକ୍ ଡିଭିଜନ୍‌ର ସଭାପତି ତିରୁ କୁଲକର୍ଣ୍ଣୀ କହିଲେ, ପେନ୍ଥା ପ୍ରକଳ୍ପ ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ.ର ଏକ ଦୃଷ୍ଟାନ୍ତକାରୀ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଉପକୂଳବର୍ତୀ ଗାଁ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ରଦ୍ଧିମନ୍ତ ହୋଇପାରିଥାଏ । ଫଳରେ ଗାଁର ବାସିନ୍ଦାମାନେ ଉପୃକତ ହୋଇପାରିଥାନ୍ତି । ପେଣ୍ଠ ଅଂଚଳବାସୀଙ୍କ ମୁଖ୍ୟ ଜୀବନ ଜୀବୀକା ମୁଖ୍ୟତଃ ଚାଷ ଉପରେ ପର୍ଯ୍ୟବେସିତ । ଏପରିସ୍ଥଳେ ଜିଓ ସିନ୍ଥେଟିକ୍ ଟ୍ୟୁବ୍ ର ଉପଯୋଗ ଦ୍ୱାରା ୬୦୦୦ ହେକ୍ଟର ଜମିରେ ଲୁଣାପାଣି ମାଡ଼ିବାକୁ ପ୍ରତିରୋଧ କରାଯାଇ ପାରିଛି । ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ.ସମାଜର କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପେନ୍ଥା ପ୍ରକଳ୍ପ ସମୁଦ୍ରରେ ବନ୍ଧ କାର୍ଯ୍ୟ ସମ୍ପନ୍ନ କରିଥାଏ । ଏହା ଓଡ଼ିଶାର ଜଳ ସମ୍ପଦ ବିଭାଗ ଦ୍ୱାରା ଆରମ୍ଭମ୍ଭ ହୋଇଛି । ଏହାର ଡିଜାଇନିଂ ଏବଂ ପ୍ରକଳ୍ପ ପରିଚାଳନା ପରାମର୍ଶ ମାଡ୍ରାସ୍ ଆଇଆଇଟି ଦ୍ୱାରା କରାଯାଉଛି । ପେନ୍ଥା କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ଥିବା ଏକ ଛୋଟ ବସ୍ତି । ଏଠାକାର ବାସିନ୍ଦାଙ୍କ ସୁରକ୍ଷା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହା ୪୫୫ ମିଟର କ୍ଷେତ୍ରକୁ ସୁରକ୍ଷିତ କରିଥାଏ । ଜିଓ ଟ୍ୟୁବ୍ ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନ ଥାଏ । ଏହି ପ୍ରକଳ୍ପରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ଇଂଟିଗ୍ରେଟେଡତ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଂଟ୍ ପ୍ରୋଜେକ୍ଟ ଅନ୍ତର୍ଗତ ଏମ୍‌ଓଇଏଫ୍ ସହାୟତାରେ ୪.୬ ନିୟୁତ ଡଲାର ବିନିଯୋଗ କରାଯାଇଛି । ଏହି ପ୍ରକଳ୍ପ ଉପକୂଳକୁ ସୁରକ୍ଷିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଜିଓ ସିନ୍ଥେଟିକ୍ ଟ୍ୟୁବ୍‌ର ସ୍ଥାୟିତ୍ୱ ୟୁଭି ରେଡିଏସନ୍ ଉପରେ ନିର୍ଭର କରିଥାଏ । ତେବେ ବାଲି ବସ୍ତା ଏହା ଉପରେ ପକାଇଲେ ଏହା ୟୁଭି ରେଡିଏସନ୍‌ରୁ ସୁରକ୍ଷିତ ରହିଥାଏ ।ସୂଚନାଯୋଗ୍ୟ, ଗାରୱେର ଟେକ୍ନିକାଲ ଫାଇବର ଲିଃ. ଜିଓସିନ୍ଥେଟିକ୍ ଉତ୍ପାଦ ପ୍ରସ୍ତୁତିରେ ପରିଚିତି ହାସଲ କରିପାରିଛି । ଏହାର ନିର୍ମାଣ କାରଖାନା ୱାଇ ଏବଂ ପୁଣେ ଠାରେ ରହିଛି । ଏହା ୭୫ଟିରୁ ଅଧିକ ଦେଶରେ କାର୍ଯ୍ୟ ଜାରି ରଖିଛି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.