ଆମପାଣି ମଣ୍ଡିରେ ଟୋକନ ପାଇଁ ଚାଷୀ ନିରାଶ, ଦେଢ଼ମାସର ଅପେକ୍ଷା ପରେ ଵି ଉଠୁନି ଧାନ

କୋକସରା,୭/୨ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସର କାଉଡୋଲା ଓ ଆମପାଣି ମଣ୍ଡିର ଚାଷୀମାନେ ଗତ କିଛିଦିନ ତଲେ ଟୋକନ, ଟାର୍ଗେଟ ଓ ଅନେକ ଦିନ ଧରି ମଣ୍ଡିରେ ଧାନ ପଡିରହିଥିବା ନେଇ ରାଜ ରାସ୍ତାକୁ ଓହଲ୍ଲାଇ ଥିବାବେଳେ ଗତ ସପ୍ତାହ ତଲେ ଧର୍ମଗଡ ବିଧାୟକ ମଧ୍ୟ ଆମପାଣି ମଣ୍ଡିକୁ ଯାଇ ଚାଷୀଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିବି ଆମପାଣି ମଣ୍ଡିରେ ଅନେକ ଚାଷୀଙ୍କ ଧାନ ପଡିରହିଥିବା ବେଳେ ଶୀତ କାକରରେ ହନ୍ତସନ୍ତ ହୋଇ ନିରାସ ହୋଇଛନ୍ତି ଚାଷୀକୁଳ । ତଥାପି କୌଣସି ସମାଧାନ ହେଉନଥିବା ବେଳେ ମିଲର୍ସ ୭ରୁ ୧୦ କିଲୋ କଟନି ଛଟନି କରିବାକୁ କହୁଥିବା ଓ ରାଜି ନହେଲେ ଧାନ ଉଠାଣ କରାଯିବ ନାହିଁ ବୋଲି ରୋକଠୋକ୍ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏପଟେ ମାସମାସ ଧରି ମଣ୍ଡିରେ ଧାନ ପଡିରହିଥିବା ବେଳେ କିଛି ଚାଷୀ ନିରାସ ହୋଇ ମଣ୍ଡିରୁ ଧାନ ଘରକୁ ମଧ୍ୟନେଇଯାଉଥିବା ଜଣାପଡିଛି । ସୁଚନା ଅନୁସାରେ, ଆମପାଣି ପ୍ୟାକ୍ସରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୭୦ ଜଣ ଚାଷୀ ଟୋକନ ପାଇ ସମୁଦାୟ ୭୯.୬୩୩ କ୍ୱିଣ୍ଟାଲ ଟାର୍ଗେଟ ରୁ ବର୍ତ୍ତମାନ ୭୮.୬୩୦.୦୫ କ୍ୱିଣ୍ଟାଲ ଧାନ ବିକ୍ରୟ ହୋଇସାରିଛି । ତେବେ ଟୋକନ ଓ ଟାର୍ଗେଟ ଅଭାବରୁ ବଡପୋଡାଗୁଡା, ଆମପାଣି ଓ ବରାଡଙ୍କା ପଞ୍ଚାୟତର ୫୦ ରୁ ୬୦ ଜଣ ଚାଷୀଙ୍କ ଧାନ ପାଖାପୁଖି ମାସେ ହେବ ୩୦୦୦ କୁଇଂଟାଲ ଧାନ ଏବେ ମଣ୍ଡିରେ ପଡିରହିଛି । ହେଲେ ମିଲର୍ସ ଏଜେଣ୍ଟ ମାନେ ଚାଷୀଙ୍କ ସହିତ ମୁଲଚାଳ କରି ସିଧାସଳଖ ୭ରୁ ୧୦ କିଲୋ ଧାନ କଟନି ଛଟନି କରିବା ପାଇଁ ବାଧ୍ୟ କରୁଥିବାବେଳେ ରାଜି ନହେଲେ ଧାନ ଉଠାଣ କରୁନଥିବା ଚାଷୀ ମାନେ କହିଛନ୍ତି ।

Udyog Nursery
Udyogi Nursery

ଏମିତି କି ପୂର୍ବରୁ ୪ କିଲୋ କଟନି ଛଟନି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏନାଲିସିସ୍ ହିସାବରେ କରାଯାଉ ବୋଲି ଚାଷୀ କହୁଥିବାବେଳେ ଚାଷୀ ମାନଙ୍କୁ ମିଲର୍ସ ଏଜେଣ୍ଟ ମାନେ ଦୁର୍ବ୍ୟବହାର କରିବା ସହିତ ଧମକ ଦେଉଥିବା ଚାଷୀ ମାନେ କହିଛନ୍ତି । ଏଭଲିକି ମିଲର୍ସ ଓ ଚାଷୀ ଥାନାର ଦ୍ୱାରସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଏବେ ଆମପାଣି ଧାନ ମଣ୍ଡିରେ ଚାଷୀ ରମେଶ ଚନ୍ଦ୍ର ଦାସ ଙ୍କ ୧୧୪ କ୍ୱିଣ୍ଟାଲ ପଡିରହିଥିବା ବେଳେ ଶ୍ୟାମସୁନ୍ଦର ସିଂ ୨୬, ଗଜାନନ ସୁନାନୀଙ୍କ ୩୯ କ୍ୱଣ୍ଟାଲ, ପତିମାଝୀଙ୍କ ୫୦, ପଦ୍ମନ ପୁଝାରୀଙ୍କ ୩୧, ଶଙ୍କର ବାଗଙ୍କ ୫୨, ପିତାମ୍ବର ନାଏକଙ୍କ ୭୭, ଦେବାନନ୍ଦ ରାଉତଙ୍କ ୪୦, ମୁରିବାଇ ଅଗ୍ରୱାଲଙ୍କ ୬୩, ଚନ୍ଦ୍ରଭାନୁ ସିଂଙ୍କ ୭୮, ସୁଦିପ୍ତ କୁମାର ଦାସଙ୍କ ୮୨ ଜଗଦିଶ ଚନ୍ଦ୍ର ସିଂଙ୍କ ୧୦୩ , ଶତ୍ରୁଘନ ପୁଝାରୀଙ୍କ ୬୫, ରୁପାଧର ଧ. ମାଝୀଙ୍କ ୫୦,ଫକିର ରାଉତଙ୍କ ୮୦ କ୍ୱିଣ୍ଟାଲ ଏଭଲି ୫୦ ରୁ ୬୦ ଜଣ ଚାଷୀଙ୍କ ପାଖାପୁଖି ୩୦୦୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ଏପଟେ ଜୈନେକ ମିଲର୍ସଙ୍କ ଏଜେଣ୍ଟ ମାନେ ଚାଷିଙ୍କୁ ଧମକ ଚମକ କରୁଥିବାରୁ ଉକ୍ତ ମିଲକୁ ଆମପାଣି ମଣ୍ଡିରୁ ବାଦ୍ ଦିଆଯାଉ ବୋଲି ଚାଷି ମାନେ ଦାବୀ କରିଛନ୍ତି । ସରକାରୀ ନିୟମ ମୁତାବକ ଚାଷୀଙ୍କ ଠାରୁ ପ୍ୟାକ୍ସ ଧାନ କିଣି ମିଲର୍ସ ପାଖରେ ବିକ୍ରି କରିବା କଥା କିନ୍ତୁ ଏଠାରେ ମିଲର୍ସ ଓ ତାଙ୍କ ଏଜେଣ୍ଟ ଚାଷୀଙ୍କ ସହିତ ମୁଲଚାଲ କରୁଥିବା ଚାଷୀ ମାନେ କହିଛନ୍ତି ।

ଚାଷୀଙ୍କ ଦାବୀ ହେଉଛି ଯେ ତିନୋଟି ପଞ୍ଚାୟତ କୁ ଯେଉଁ ପରିମାଣରେ ଟାର୍ଗେଟ ଦିଆଯାଉଛି କେବଲ କାଉଡୋଲା ଉପ ମଣ୍ଡିକୁ ସେହି ମାତ୍ରାରେ ଅଧିକ ଦିଆଯାଉଛି । ଏଣୁ ଆମପାଣି ମଣ୍ଡିରେ ଟାର୍ଗେଟ ବଢାଇବା ପାଇଁ ଚାଷୀକୁଲ ଦାବି କରିଛନ୍ତି । ଏନେଇ ପ୍ୟାକ୍ସ ସଂପାଦକ ବିକାଶ ପଣ୍ଡାଙ୍କୁ ପଚାରିବାରୁ ଟାର୍ଗେଟ ଅଭାବ ଓ ଟୋକନ ସମସ୍ୟା ରହିଛି, ୮/୨/୨୦ ତାରୀଖ ପାଇଁ ପୂର୍ବରୁ ଲେଫସ୍ ହୋଇଥିବା ୪୬ ଜଣ ଚାଷୀଙ୍କ ଟୋକନ ଆସିଛି କାଲିସୁଦ୍ଧା ଧାନ ଉଠିଯିବ ବୋଲି କହିଥିଲେ । ଏ ସମ୍ପପର୍କରେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କୁ ପଚାରିବାରୁ କଣ ସମସ୍ୟା ହୋଇଛି ପଚାରୀ ବୁଝିଲା ପରେ ଜଣାପଡିବ ବୋଲି କହିଥିଲେ ।

କୋକସରା ରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.