ମୀନାଝୋଲା ପରିବର୍ତେ ଶ୍ରୀମୀନାଝୋଲା କରିବା ପାଇଁ ଜିଲ୍ଳାପାଳଙ୍କୁ ସ୍ମାରକପତ୍ର

ରାୟଗଡ,୮/୨: ରାୟଗଡ ଜିଲ୍ଳାର ଦୁର୍ଗମ ଗୁଡାରୀ ବ୍ଳକର ପ୍ରସିଦ୍ଧ ଶୈବପୀଠ ମୀନାଝୋଲାର ନାମ ପରିବର୍ତନ କରାଯାଇ ଶ୍ରୀମୀନାଝୋଲା କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଶୁକ୍ରବାର ଦିନ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ମୀନାଝୋଲା ଶୈବପୀଠକୁ ଶିବରାତ୍ର ଉତ୍ସବ ପାଳନ ସମୟରେ ଜିଲ୍ଳା ସମେତ ପଡୋଶୀ ଜିଲ୍ଳା ଓ ଆନ୍ଧ୍ର ପ୍ରଦେଶର ବହୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ତେବେ ଏହି ପୀଠ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଯୋଗୁଁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଥାପି ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଏହି ଶିବପୀଠର ରକ୍ଷାଣବେକ୍ଷଣ କରାଯାଉଥିବା ବେଳେ ଜିଲ୍ଳା ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିଙ୍କ ଆନ୍ତରିକତା ଅଭାବ ହେତୁ ଏହି ପୀଠ ଅବହେଳିତ ହୋଇ ପଡି ରହିଛି ତେଣୁ ଏହାକୁ ଗୁରୁତ୍ୱ ଦେଇ ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ମୀନାଝୋଲା ପରିବର୍ତେ ସ୍ଥାନୀୟ ଅଂଚଳବାସୀଙ୍କ ଦାବି ପ୍ରକାରେ ଆଗାମୀ ଦିନରେ ସମସ୍ତ ସରକାରୀ ନଥିପତ୍ରରେ ଏହାକୁ ଶ୍ରୀମୀନାଝୋଲା ନାମରେ ନାମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଉଲ୍ଳେଖ ରହିଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଳାପରିଷଦ ସଭ୍ୟ ରାମଚନ୍ଦ୍ର,ଡାଙ୍ଗସରୋଡା ସରପଂଚ ଧନୁମାଝି କମୁନିକା,ବିଜେପି ବ୍ଳକ ସଭାପତି ମିତୁ ପ୍ରଧାନୀ,ସୁଶାନ୍ତ କୁମାର ନାୟକ,ବି.ଏନ.ଗୁପ୍ତା,ତ୍ରିପତି ପାଢୀ,ଦ୍ରୋଣା ଶବରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ଆସନ୍ତା ଫେବୃୟାରୀ ୯ତାରିଖ ଦିନ ଏହି ଶିବପୀଠରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ନାମ ପରିବର୍ତନ କରାଯିବା ପାଇଁ ସ୍ଥିର କରାଯାଇଛି । ପ୍ରକାଶ ଥାଉ କି,ରାୟଗଡ ଜିଲ୍ଳାର ଏହି ପ୍ରସିଦ୍ଧ ମୀନାଝୋଲା ଶିବପୀଠ ବହୁତ ପୁରାତନ ଶୈବପୀଠର ମାନ୍ୟତା ପାଇଆସିଛି । ଜିଲ୍ଳାର ଫଳଫଳିଆ,ଚାଉଳଧୂଆ ଓ ବଂଶଧାରା ନଦୀର ସଂଙ୍ଗମ ସ୍ଥଳରେ ରହିଛି ଏହି ଶିବପୀଠ ।

Omkar Vasthu
Omkar Vasthu
ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.