ଜରାସନ୍ଧଙ୍କ ଦ୍ବାରା ସ୍ଥାପିତ ଶକ୍ତି ମଗଧରୁ କେମିତି ଆସିଲା କଳିଙ୍ଗ, କିମ୍ବଦନ୍ତିରୁ ଜାଣନ୍ତୁ ଇତିବୃତ୍ତି

ଜାର ହଜାର ବର୍ଷ ତଳର କଥା । ମଗଧ ଦେଶରେ ଜରାସନ୍ଧ ନାମରେ ଜଣେ ମହାପରାକ୍ରମି ରାଜା ଶାସନ କରୁଥିଲେ । ପ୍ରଜା ମାନେ ତାଙ୍କ ଶାସନରେ ସୁଖରେ କାଳାତିପାତ କରୁଥିଲେ । ରାଜ୍ୟ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ଉଠିଥାଏ । ବିରତ୍ବ ଓ ପ୍ରଜାବତ୍ସଳ ଗୁଣ ଯୋଗୁଁ ତାଙ୍କର ସୁଖ୍ୟାତି ଚାରି ଦିଗକୁ ବ୍ୟାପି ଯାଇଥାଏ । ସମ୍ରାଟ ଜରାସନ୍ଧ ବିଭିନ୍ନ ରାଜ୍ୟ ଜୟକରି ନିଜ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ । ତାଙ୍କର ଶକ୍ତିଶାଳି ସେନାବାହିନୀ ବ୍ୟତିରେକ ଏକ ପ୍ରଚଣ୍ଡ ଶକ୍ତି ତାଙ୍କୁ ସହାୟତା କରୁଥାନ୍ତି । ଜରାସନ୍ଧ ପ୍ରତିଦିନ ଗୁପ୍ତ ରିତିରେ ଏହି ଶକ୍ତିଙ୍କୁ ଆରଧନା କରୁଥାନ୍ତି । ଶକ୍ତିଙ୍କ ଯୋଗୁଁ ଏକ ଅପରାଜୟ ସମ୍ରାଟ ଭାବରେ ଜରାସନ୍ଧ ଇନ୍ଦ୍ର ଚନ୍ଦ୍ରଙ୍କୁ ମଧ୍ୟ ମାନୁନଥାନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜରାସନ୍ଧ ଙ୍କ ଜାମାତା ଥିଲେ ମଥୁରାଧିପତି ମହାରାଜ କଂସ । ଶ୍ରୀକୃଷ୍ଣଙ୍କ ଦ୍ବାରା କଂସ ବଧ ହେବାପରେ ଶ୍ରୀକୃଷ୍ଣଙ୍କୁ ନିଜର ପରମ ସତ୍ରୁ ଭାବେ ବିବେଚନା କଲେ ଜରାସନ୍ଧ । ଚେଦି ଯୁବରାଜ ଶିଶୁପାଳ ସମ୍ରାଟ ଜରାସନ୍ଧଙ୍କ ଅତିପ୍ରିୟ ଥିଲେ । ଜରାସନ୍ଧଙ୍କ ଦ୍ବାରା ସ୍ଥାପିତ ଶକ୍ତିକୁ ଜରାସନ୍ଧଙ୍କ ବ୍ୟତିତ ଶିଶୁପାଳ ହିଁ ଉପାସନା କରୁଥିଲେ । କଂସଙ୍କ ମୃତ୍ୟୁ ଜରାସନ୍ଧଙ୍କୁ ଏତେ ବ୍ୟଥିତ କରୁଥିଲାଯେ ସେ ତାଙ୍କର ଶକ୍ତିଶାଳି ସେନା ଦ୍ବାରା ବାରମ୍ବାର ମଥୁରା ଆକ୍ରମଣ କରି କୃଷ୍ଣଙ୍କ ନିଦ ହଜାଇ ଦେଇଥିଲେ । ଜରାସନ୍ଧଙ୍କ ଆକ୍ରମଣରେ ଅତିଷ୍ଠ ହୋଇ ଶ୍ରୀକୃଷ୍ଣ ଦ୍ୱାରକାରେ ନଗର ନିର୍ମାଣ କରି ରହିଲେ।

Udyog Nursery
Udyogi Nursery

ପରବର୍ତ୍ତୀ ସମୟରେ ଶ୍ରୀକୃଷ୍ଣ କପଟ କରି ଭୀମଙ୍କ ଦ୍ବାରା ଜରାସନ୍ଧ ବଧ କରାଇ ବନ୍ଦି ଥିବା ରାଜାମାନଙ୍କୁ ମୁକ୍ତ କରାଇଲେ । ଜରାସନ୍ଧଙ୍କ ଅତ୍ୟନ୍ତ ଅନୁଗତ ଏକ ଗୋଷ୍ଠୀ କୃଷ୍ଣଙ୍କ ନିର୍ଦେଶରେ କାରାଗାରାରୁ ରାଜା ମାନଙ୍କୁ ବନ୍ଧନ ମୁକ୍ତ କରାଇଲେ ଏମାନେ ବନ୍ଦିଛୋଡ ବଂଶ ଓ ସେମାନଙ୍କ ବଡ ଭାଇ ଗୋଷ୍ଠୀ କରୁଆଁ (ଜ୍ୟୋଷ୍ଠ) ଭାବେ ଅବିହିତ ହେଲେ । ଶିଶୁପାଳଙ୍କ ବଂଶଧର ଚେଦି (ଚେଚି) ବଂଶ ଜରାସନ୍ଧଙ୍କ ନିଧନପରେ ଶକ୍ତି ପୂଜନ ଦାଇତ୍ବରେ ରହିଲେ ।

ବର୍ଷ ପରେ ବର୍ଷ ଗତ ହେବାପରେ ଶିଶୁପାଳଙ୍କ ବଂଶରେ ଜଣେ ମହାଶକ୍ତିଶାଳୀ ରାଜାଙ୍କ ଆବିର୍ଭାବ ହେଲା । ସେ ଆଉ କେହି ନୁହନ୍ତି ଚେଦି ବଂଶ ନରପତି ସମ୍ରାଟ ଅଶୋକ । ସେ ମଧ୍ୟ ଜରାସନ୍ଧଙ୍କ ଦ୍ବାରା ସ୍ଥାପିତ ଶକ୍ତିକୁ ପୂଜା କରୁଥାନ୍ତି । ସମ୍ରାଟ କଳିଙ୍ଗ ଆକ୍ରମଣ କରିବାକୁ ଯୋଜନା କରିବା ସମୟରେ ତାଙ୍କୁ ସାଙ୍ଗରେ ନେଇ ଯିବାକୁ ଦେବୀ ନିର୍ଦେଶ ଦେଲେ । ଦେବୀ (ଶକ୍ତି)ଙ୍କୁ ଧାରଣ କରିବା ଏତେ ସହଜ ନଥିଲା । ତେଣୁ ସମସ୍ତଙ୍କ ନିର୍ଣ୍ଣୟରେ ପାଞ୍ଚୋଟି ଶକ୍ତିଶାଳୀ ଗୋଷ୍ଠୀକୁ ଚୟନ କରାଗଲା । ଯେଉଁମାନେ ଶକ୍ତିକୁ ଧାରଣ କରିବେ ସେମାନେ ବାଘ ପରି ପରାକ୍ରମ, ସର୍ପ ବା ନାଗପରି ଭୟଙ୍କର, କରୁଆଁ ପରି କ୍ଷମାଶିଳ ଓ ଶୌର୍ଯ୍ୟ ଗୁଣଯୁକ୍ତ ହୋଇଥିବା ଦରକାର । ଏମାନେ ଶକ୍ତିକୁ ଧାରଣ କରିବେ । ଯେଉଁମାନେ ଏହି ପାଞ୍ଚ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବେ ସେମାନେ ହରିଣ (ହେର୍ଣ୍ଣା) ପରି ଚଞ୍ଚଳ, ହାତୀପରି ଶକ୍ତିଶାଳି, ଗୟଳ (ପୋଢ) ପରି ଜଳ ସ୍ଥଳରେ ଯିବାର ଦକ୍ଷତା ଥିବ, ସିଂହ ପରି ଶକ୍ତି ଥିବା ତଥା ପାଦେ ପାଦେ ଶକ୍ତିଙ୍କୁ ଜଗିପାରୁଥିବା ଗୋଷ୍ଠୀ, ଦୀପ ଓ ମଣିହିରା ପରି ତେଜ ଥିବ, ଝଡ ଝଞ୍ଜାକୁ ମୁକାବିଳା କରି ପାରୁଥିବେ ଅର୍ଥାତ ଗତିଶିଳ , ଶତ୍ରୁକୁ ଜାଳରେ ଫସାଇ ବନ୍ଧନ କରିବାର ଦକ୍ଷତା ରଖିଥିବେ, ସମସ୍ତଙ୍କୁ ଘିଅ,ଦଧି ଆଦି ଆହାର ଯୋଗାଉଥିବେ, ଚିହ୍ନା ଅଚିହ୍ନାର ବିଚାର ରଖୁଥିବେ (ଚିନାଗୁନ), ଗଭିର ବା ଗହିର ଜ୍ଞାନ ଥିବା ଗୋଷ୍ଠୀ, ଆମୋଦ ପ୍ରମୋଦର ଅବସର ସୃଷ୍ଟି କରୁଥିବେ ଏପରି ଅନେକ ଗୋଷ୍ଠୀଙ୍କୁ ଚୟନ କରାଗଲା ।

ଦେବୀ ପଥ ଦେଖାଇବାକୁ ବାବୁରା (ବାବୁରାଏ) ଦେବତାଙ୍କୁ ଅନୁରୋଧ କଲେ । ବାବୁରା ଦେବତା ଧଳା ବସ୍ତ୍ର ପରିଧାନ କରି, ବାର ହାତର ଖଣ୍ଡା ଧରି ଶୁଭ୍ର ଅଶ୍ବ ଆରୋହଣ କରି ଆଗେ ଆଗେ ଚାଲିଲେ । ଦେବତାଙ୍କ ମଧ୍ୟରେ ବାବୁରା ମହା ଶକ୍ତିଶାଳି । ସେ ଦେବୀଙ୍କ ପଥପ୍ରଦର୍ଶକ ଭାବେ ରହିଲେ । ସମ୍ରାଟ ଜରାସନ୍ଧଙ୍କ ଦ୍ବାରା ନିଯୁକ୍ତ ବାଦ୍ୟକର ଗୋଷ୍ଠୀଙ୍କ ଉତ୍ତର ପୁରୁଷ ମଧ୍ୟରୁ ଶକ୍ତିଶାଳି ଗୋଷ୍ଠୀ ମାନଙ୍କୁ ଚୟନ କରାଗଲା । ଏମାନେ ଗାନ୍ଧର୍ବ କଳାରେ ନିପୁଣ ଥିବାବେଳେ ବାଘ,ନାଗ ପରି ଶକ୍ତିଶାଳୀ, ଦୀପ ପରି ତେଜୋଦିପ୍ତ ବ୍ୟକ୍ତି ମାନଙ୍କୁ ସାମିଲ କରାଗଲା ।

ଶୁଭ ଯୋଗରେ ଦେବୀ ମଗଧରୁ ବାହାର ହେଲେ । ମଗଧବାସୀଙ୍କ ଇଷ୍ଟଦେବୀ ହୋଇଥିବାରୁ ଅଧିବାସୀମାନେ ଦୁଃଖ ପ୍ରକାଶ କଲେ । ଦେବୀ ସମସ୍ତଙ୍କୁ ସ୍ବାନ୍ତାନା ଦେବାକୁ ଯାଇ କହିଲେ – ମୋର ଏକ ବିଶେଷ ଶକ୍ତି ହିଁ କଳିଙ୍ଗ ଯାଉଛି, ମୁଁ ଏଇଠାରେ ହିଁ ରହିଛି । ଭବିଷ୍ୟତରେ ଯେତେବେଳେ ମୁଁ ମୋର ପ୍ରିୟ ଭକ୍ତ ମାନଙ୍କ ସହ କଳିଙ୍ଗକୁ ଯିବି ସେହି ସମୟରେ ବାଟ ଘାଟର ଅନ୍ୟାନ୍ୟ ଦେବୀମାନେ ମଧ୍ୟ ମୋ ସହ ଯିବେ । ସେହି ଦେବୀମାନେ ମଧ୍ୟ ଇଷ୍ଟଦେବୀ ଭାବେ ଅବିହିତ ହେବେ ।

ମଗଧରୁ କଳିଙ୍ଗ ଶହ ଶହ ଯୋଜନ ବାଟ । ବୀର ବାଦ୍ୟ ଓ ତୁର୍ଯ୍ୟନାଦ ସହ ସୈନ୍ୟମାନେ ଆଗେଇ ଚାଲିଥାନ୍ତି । ବାଟରେ କେତେ ନଦନଦୀ, ଡଙ୍ଗର ପର୍ବତ, ଝଡ ଝଞ୍ଜ ସବୁ ଦେବୀ କୃପାରୁ ଅନୁକୂଳ ହେଉଥଲା । ପରିଶେଷରେ ଦେବୀ କଳିଙ୍ଗରେ ପହଞ୍ଚିଲେ । ପରବର୍ତ୍ତି ସମୟରେ ଏହି ଦେବୀ ମଗଧା ଯାଦବ ମାନଙ୍କ ଇଷ୍ଟଦେବୀ ବୁଢିମା’ ଭାବରେ ବାବୁରାଙ୍କ ସହ ପୂଜା ପାଇଲେ । ପୂର୍ବେ ଯୋଗ୍ୟତା ଭିତ୍ତିରେ ବର୍ଗିକୃତ ହୋଇଥିବା ଗୋଷ୍ଠୀ ମାନେ ସହି ଅନୁସାରେ ସଂପୃକ୍ତ ବଂଶ ଓ ଉପାଧି ଧାରଣକଲେ । ଉଦାହରଣ ସ୍ବରୂପ – ବାଗ, ନାଗ, କରୁଆଁ, ବଗର୍ତ୍ତି, ମଣିହିରା, ହେର୍ଣ୍ଣା, ବଛା, ପୋଢ, ଦୀପ, ବେମାଲ, ଆଡଜୁଆଡ, ଜୁଆଡ, ବନ୍ଦିଛୋଡ, ପାୟାସିଂ, ଜାଲ, ଥପା, ପୋଢ, ହାତୀ ଇତ୍ୟାଦି ।

ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ ଓଡିଆ ବାର୍ତ୍ତା

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.