ସରକାରଙ୍କ ଯୋଜନା ନିଷ୍ଠାରସହ ଜନସାଧାରଣ ପାଖରେ ପହଞ୍ଚିବ – ଉତ୍ତରାଞ୍ଚଳ ରାଜସ୍ୱ କମିଶନର

ବଲାଙ୍ଗିର,୨୯/୨ : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ବଲାଙ୍ଗୀର ଗସ୍ତରେ ଆସି, ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆରଡିସି ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ସମୀକ୍ଷା ବୈଠକରେ ଆରଡିସି ସାହୁ ବିଭାଗୀୟ କାର୍ଯ୍ୟବଳୀର ସବିଶେଷ ସମୀକ୍ଷା କରିଥିଲେ। ସମ୍ପୂର୍କ୍ତ ବିଭାଗୀୟ ଅଧିକାରୀ ମାନେ ନିଜନିଜ ବିଭାଗ ଜରିଆରେ କାର୍ଯ୍ୟକାରିତା ଓ ଅଗ୍ରଗତି ହେଉଥିବା ଯୋଜନା ଗୁଡିକର ରୂପରେଖ ଉପସ୍ଥାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ,ପ୍ରାଣୀ ସମ୍ପଦ, ପରିବହନ,ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଇନ୍ଦିରା ଗାନ୍ଧୀ ଜାତୀୟ ବର୍ଧ୍ୟକ୍ୟ ଭତ୍ତା,ମଧୁବାବୁ ପେନସନ,ଭିନ୍ନକ୍ଷମ ଭତ୍ତା ଯୋଜନା ,ଜିଲ୍ଲା ଜଳ ଓ ପରିମଳ ବିଭାଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ପ୍ରକଳ୍ପ, ସର୍ବଶିକ୍ଷା ପ୍ରଭୁତି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନତି ନିମନ୍ତେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ମୋ ସରକାର ଯୋଜନା ଜରୀଆରେ ଜନସାଧାରଣ ଯେପରି ସୁଫଳ ପାଇବେ ସେଥିପ୍ରତି ରାଜସ୍ବ ଅଧିକାରୀ ଓ ତସିଲଦାରମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

Udyog Nursery
Udyogi Nursery
ବଲାଙ୍ଗୀରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ OdiaBarta.in

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.