ସପ୍ତଦୀପା ସାହିତ୍ୟ ସଂସଦର ୧୦୧ ତମ ଭ୍ରାମ୍ୟମାଣ ସାହିତ୍ୟ ଆସର

ଉଲୁଣ୍ଡା,୨/୩ : ସପ୍ତଦୀପା ସାହିତ୍ୟ ସଂସଦର ୧୦୧ ତମ ଭ୍ରାମ୍ୟମାଣ ସାରସ୍ବତ ସମାରୋହରେ ବୀରମହାରାଜପୁର ସ୍ଥିତ ଚମ୍ପାପୁର ଠାରେ ସଂସଦର ସଭାପତି ଶ୍ରୀଯୁକ୍ତ ଦ୍ବିତୀକୃଷ୍ନ ପଣ୍ଡା ଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ହରିହର ସିଂହ ବାବୁ ଏବଂ ସମ୍ମାନିତ ଅତିଥି ଭାବରେ ସାମାଜିକ ଅନୁଷ୍ଠାନ “ପ୍ରୟାସ” ର ସଭାପତି ଶ୍ରୀଯୁକ୍ତ ରାଧେଶ୍ୟାମ ମିଶ୍ର ଯୋଗଦେଇ ସମାଜ ସଂସ୍କାରରେ ସାହିତ୍ୟ ଓ ସାହିତ୍ୟିକ ଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ ।ସଭା ପ୍ରାରଂଭରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ୰ରବିଚନ୍ଦ୍ର ସାହୁଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ କବି ପ୍ରହଲ୍ଲାଦ ମଏକ ଓ ଯୁଧିଷ୍ଠିର ଖମରିଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଧ୍ରୁବ ଚରଣ ଖେତି, ଶ୍ୟାମ ଗୋପାଳ ହୋତା,ଭଗବାନ ବାଘ,ଦ୍ବିତୀକୃଷ୍ନ ପଣ୍ଡା,ଭାବଗ୍ରାହୀ ମେହେର,ଯୁଧିଷ୍ଠିର ଖମାରୀ, ପ୍ରହଲ୍ଲାଦ ମଏକ,ଶଙ୍କର୍ଷଣ ଛନ୍ଦ,ପ୍ରମୋଦ ପଣ୍ଡା ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ସମାରୋହକୁ ସାମ୍ବାଦିକ ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ୍ର ପରିଚାଳନା କରିଥିବାବେଳେ ଶେଷରେ ଭାବଗ୍ରାହୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu
ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

ଏଠିଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.