ଏହି ଦୁଇ କାରାଗାରରେ କରୋନାର କହର, ବିଚାରଧୀନ ବନ୍ଦି ସମେତ କରୋନା ଯୋଦ୍ଧା ସଂକ୍ରମଣରେ ଶିକାର

ରାୟଗଡ: ମହାମାରୀ କରୋନା ସଂକ୍ରମଣ ରାୟଗଡ ଜିଲ୍ଳାରେ ଏକ ପ୍ରକାର ଅଣାୟତ ହେବାରେ ଲାଗିଛି । ତେବେ ଜିଲ୍ଳା ପ୍ରଶାସନ ଏହାକୁ ରୋକିବା ଦିଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ ମଧ୍ୟ କରୁଛି ଫଳରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସୁସ୍ଥତା ହାର ୫୦ ପ୍ରତିଶତ ଉପରେ ହିଁ ରହୁଛି । ଯାହାକି ଏକ ଆଶ୍ୱସ୍ତିର ଖବର ହୋଇଛି । ତେବେ ଶୁକ୍ରବାର ଦିନ ରାୟଗଡ ଜିଲ୍ଳାରେ ସର୍ବାଧିକ ୪୯୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ୨୧୩ ଜଣ ବିଚାରଧୀନ କଏଦୀ ଓ ୫ଜଣ କରୋନା ଯୋଦ୍ଧା ମୋଟ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚାନ ପ୍ରକାରେ ଶୁକ୍ରବାର ଦିନ ରାୟଗଡ ପୈାରାଂଚଳରୁ ସର୍ବାଧିକ ୧୯୧ ଜଣ ଓ ଗୁଣପୁର ପୈାରାଂଚଳରୁ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ରାୟଗଡ ପୈାରାଂଚଳରେ ଚିହ୍ନଟ ହୋଇଥିବା ୧୯୧ ଜଣଙ୍କ ମଧ୍ୟରେ ରାୟଗଡ ଉପ କାରାଗାରାର ୧୫୨ ଜଣ ବିଚାରଧୀନ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଗୁଣପୁର ଉପ କାରାଗାରରେ ମଧ୍ୟ ୬୧ ଜଣ ବିଚାରଧୀନ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ଉକ୍ତ ଦୁଇ ଉପକାରାଗାରାରୁ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଜିଲ୍ଳାପାଳ ଶ୍ରୀ ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ., ଜିଲ୍ଳା ଜର୍ଜ ଚିତରଂଜନ ଦାସ, କୋଭିଡ ପରିଚାଳନା କମିଟି ଦାୟିତ୍ୱରେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ତଥା ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ରାୟଗଡ ଉପକାରଗାର ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଉପକାରାଗାରାରେ ଅନ୍ତେବାସୀ ଭାବେ ରହିଥିବା ବିଚାରଧୀନ କଏଦୀମାନଙ୍କୁ ଓ କାରାଗାରର ଷ୍ଟାଫଙ୍କୁ ମଧ୍ୟ କୋଭିଡ ଟେଷ୍ଟିଂ ନିମେନ୍ତ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ତେଣୁ କଏଦୀ ଓ ଷ୍ଟାଫଙ୍କ ସ୍ୱାବ ଟେଷ୍ଠିଂ ପରେ ପଜିଟିଭ୍ ଫଳାଫଳ ଆସିଥିବାରୁ ସମସ୍ତେ ଚିହ୍ନଟ ହୋଇପାରିଛନ୍ତି ଏବଂ ଉପକାରାଗାରାରେ କଏଦୀମାନଙ୍କ ନିମେନ୍ତ ସ୍ୱତନ୍ତ୍ର କୋଭିଡ କେୟାର ହୋମ ଏବଂ ଚିକିତ୍ସା ନିମନ୍ତେ ଡାକ୍ତରୀ ସେବା ଯୋଗାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.