ଅନଲାଇନ ମାଧ୍ୟମରେ ଡି.ଏଲ.ଏସ.ଏ. ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ମୈାଳିକ କର୍ତବ୍ୟ ଓ ଅଧିକାର ବିଷୟରେ ଆଲୋଚନା

ରାୟଗଡ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ) ପକ୍ଷରୁ ରବିବାର ଦିନ ଅନଲାଇନ ଜରିଆରେ ମୈାଳିକ କର୍ତବ୍ୟ ବିଷୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଓ ଦୈାରାଜର୍ଜ ତଥା ଜିଲ୍ଳା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ଚିତରଂଜନ ଦାଶ, ପ୍ରାଧୀକରଣର ସଂପାଦକ ମନୋରଂଜନ ମିଶ୍ର, ଗୁଣପୁର ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ, ବିଷମକଟକ ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ର୍ରୀମତି ସୁଷମା ସ୍ୱାଇଁ, କାଶିପୁର ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଳାର ସମସ୍ତ ବିଚାରପତିମାନେ ଯୋଗ ଦେଇଥିଲେ ।

ଏତଦ ବ୍ୟତୀତ ଓକିଲ ବନ୍ଧୁ, ପାରାଲିଗାଲ ଭଲ୍ୟୁଂଟର ଏବଂ ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ । ବିଚାରପତିମାନେ ସମ୍ବିଧାନରେ ବର୍ଣ୍ଣିତ ଥିବା ମୈାଳିକ କର୍ତବ୍ୟ ଓ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଏହି ଅଧିକାର ଓ କର୍ତବ୍ୟ କିଭଳି ଏକ ବ୍ୟକ୍ତିଙ୍କୁ ସମାଜରେ ସୁରକ୍ଷା ଦିଏ ଓ ସୁଦୃୃୃଢ କରେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅନଲାଇନ ଆଲୋଚନା ବେଳେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ବିଚାରପତିମାନେ ରଖିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.