ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ମାସିକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କବି ତଥା ଯୋଗ ପ୍ରଶିକ୍ଷକ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲ, ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଉପଦେଷ୍ଟା ଭାରତୀ ରଥ, ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ, ମନ୍ମଥ ସ୍ବାଇଁ, ସଂଗ୍ରାମ କେଶରୀ ରାଉତରାୟ, ଭରତ ବେହେରା, ଡାକ୍ତର ରବି ନାରାୟଣ ପଣ୍ଡା, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁଙ୍କ ସମେତ ଯୁବକବି ଖୁସିରାମ ସାହୁ ଉପସ୍ଥିତ ଥିଲେ । ଏଥିରେ ରୀତା ଅପରାଜିତା ମହାନ୍ତି, ତ୍ରିନାଥ ପଟ୍ଟନାୟକ, ଅଶୋକ କୁମାର ନାୟକ, ବିଦ୍ୟାଧର ମନ୍ତ୍ରୀ, ଗୋବିନ୍ଦ ବେହେରା, କୈଳାଶ ବେହେରା, ବିନୟ ନାଏକ, ବେଣୁଧର ବେହେରା, ମନ୍ଦାକିନୀ ପାଢ଼ୀ, ଟିକେମଣି ବୁଦ୍ଧିଆ, ଜ୍ଞାନେନ୍ଦ୍ରୀୟ ଦାଶ, ପ୍ରତାପ ଚନ୍ଦ୍ର ମିଶ୍ର, କଳ୍ପନା ବାରିକ,ମାଧବ ମାଝୀ, ଗଗନ କୁମାର ଦାଶ, ଅମୂଲ୍ୟ କୁମାର ଦାଶ ପ୍ରମୁଖ କବି ଓ କବୟତ୍ରୀ ‘ଆସିଛି ଶ୍ରାବଣ’ ଶୀର୍ଷକକୁ ନେଇ ନିଜ ନିଜ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାତା ଖୁସିରାମ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.