ନର୍ଲାରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ କଲା ଯୁବ କଂଗ୍ରେସ

ରେଳ ବିଭାଗ ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ -ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ରେଳ ଷ୍ଟେସନରେ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଧାନବଦ- ଆଲପୂଜା ଏକ୍ସପ୍ରେସ ଓ ବିଲାସପୁର- ତିରୁପତି ଏକ୍ସପ୍ରେସ ଟ୍ରେନ ରହଣୀ ଦାବୀ ନେଇ ଆଜି ଗୁରୁବାର ଦିବା ୧୧ ଘଣ୍ଟା ସମୟରେ ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ ଉପସଭାପତି ସୁଦାମ ପଧାନ, ଛାତ୍ର କଂଗ୍ରେସ ସଭାପତି ଭକ୍ତ ଦୁର୍ଗା, ସୁଦାମ ବେମାଲ, କୁଞ୍ଜ ବଛା, ଜିତେନ ଗୌଡ଼, ନିତିନ, ମନୋଜ ମାଝୀ, ଲୋହିତ ନାଏକ, ପିଣ୍ଟୁ ନାଗ, ରଞ୍ଜିତ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ନର୍ଲାରୋଡ଼ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହଣୀ ରହିଥିବା ଉପରୋକ୍ତ ତିନିଗୋଟି ଏକ୍ସପ୍ରେସ ଟ୍ରେନର ରହଣୀ ଦାବୀ ନେଇ ନର୍ଲାରୋଡ଼ ଷ୍ଟେସନ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ଼ ଷ୍ଟେସନରେ ରହଣୀ ରହିଥିଲା । ନର୍ଲାରୋଡ଼ ଆଖପାଖ ୨୦ ରୁ ଉର୍ଦ୍ଧ୍ବ ଗାଁ ଓ ଲାଞ୍ଜିଗଡ଼ ବ୍ଲକ ର ୧୦ ରୁ ଉର୍ଦ୍ଧ୍ବ ଗାଁ ର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ଼ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ଏଲେପି- ଧାନବାଦ ଏକ୍ସପ୍ରେସ ଟ୍ରେନରେ ଏଠାକାର ଲୋକେ ଗୁଜୁରାଟ, ସୁରଟକୁ ଯାଇଥାନ୍ତି ପେଟ ପାଟଣା ପାଇଁ । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ମାସ ୨୫ ତାରିଖରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ୨୦୨୧ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ ଷ୍ଟେସନରେ ଆଗରୁ ଷ୍ଟପେଜ ରହିଥିବା ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଆଉ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା ଉପରୋକ୍ତ ଟ୍ରେନ ଗୁଡିକର । ଯାହା ଫଳରେ ନର୍ଲାରୋଡ଼ ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ନର୍ଲାରୋଡ଼ ଷ୍ଟେସନ ରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଟ୍ରେନଟି ରହୁଥିଲା । ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ତରଫରୁ ଗତ ଅପ୍ରେଲ ୧୦ ରେ ରେଳରୋକ ଧାରଣା ଦେବା ନିମନ୍ତେ କମିଟି ନିଷ୍ପତି ନେଇଥିଲେ । ଏହା ଜାଣିବା ପରେ ରେଳବାଇ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନ ନର୍ଲା ଥାନାକୁ ଆସି ଉଭୟ ରେଳଯାତ୍ରୀ ସୁରକ୍ଷା ସମିତି ଓ ସଂଘର କର୍ମକର୍ତ୍ତାଙ୍କୁ ଡାକି ରେଳରୋକ ଧାରଣାରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ଗୋଟିଏ ମାସ ଭିତରେ ରହଣୀ ଦାବୀ ରହିଥିବା ଟ୍ରେନ ଗୁଡିକର ରହଣୀ କରାଯିବ ବୋଲି କଥା ଦେଇଥିଲେ । ଏଥିରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ସହମତି ପ୍ରକାଶ କରି ଧାରଣାରୁ ନିବୃତ ରହିଥିଲା । ହେଲେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବୀ ରହିଥିବା ଏବଂ କରୋନା ପୂର୍ବରୁ ନର୍ଲାରୋଡ଼ ଷ୍ଟେସନରେ ରହଣୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ, ବିଲାସପୁର- ତିରୁପତି ଓ ଏଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନର ରହଣୀ ଦିଆଯାଇନାହିଁ । ଯେଉଁଥି ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ରହଣୀ ରହିଥିବା ଓ ଅନେକ ଦାବୀ ସତ୍ୱେ ଅଦ୍ୟାବଧି ରହଣୀ ଦିଆ ଯାଇନଥିବା ଉପରୋକ୍ତ ଟ୍ରେନ ଗୁଡିକର ନର୍ଲାରୋଡ଼ ଷ୍ଟେସନରେ ରହଣୀ ପାଇଁ ଯଦି ରେଳବାଇ ବିଭାଗ ଶ୍ରୀଘ୍ର ପଦକ୍ଷେପ ନନିଏ ଓ କାର୍ଯ୍ୟକାରୀ ନକରେ ତା’ହେଲେ ନର୍ଲାରୋଡ଼ ରେଳ ଷ୍ଟେସନରେ ପୁଣି ଖୁବ୍ ଶୀଘ୍ର ରେଳରୋକ ଆନ୍ଦୋଳନ କରାଯିବ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ଚେତାବନୀ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.